ଆମେଥି ଭଳି ରାହୁଲଙ୍କୁ ୱାୟନାଡ଼ରେ ବି ସମଦଶା ଭୋଗିବାକୁ ପଡ଼ିବ : ବଜେପିର ୱାୟନାଡ଼ ପ୍ରାର୍ଥୀ
ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଯେଭଳି ଆମେଥିରେ ହାରିଲେ ଠିକ୍ ସେମିତି ଚଳିତ ଲୋକସଭା ନିର୍ବାଚନରେ ମଧ୍ୟ ରାହୁଲ ୱାୟନାଡ଼ ଲୋକସଭା ଆସନରେ ହାରିଯିବେ। ଏଭଳି ଦୃଢ଼ୋକ୍ତି ବାଢ଼ିଛନ୍ତି କେରଳ ବିଜେପି ମୁଖ୍ୟ କେ ସୁରେନ୍ଦ୍ରନ। ଦଳ କେ ସୁରେନ୍ଦ୍ରନଙ୍କୁ ୱାୟନାଡ଼ରୁ ପ୍ରାର୍ଥୀ କରିଛି। ଉଲ୍ଲେଖଯୋଗ୍ୟ ଯେ କେରଳର ୱାୟନାଡ଼ ଲୋକସଭା ଆସନରେ ଆଗାମୀ ଲୋକସଭା ନିର୍ବାଚନରେ ଜମାଣିଆ ଲଢ଼େଇ ହେବ। ୱାୟନାଡ଼ରେ ବିଜେପି କେ ସୁରେନ୍ଦ୍ରନଙ୍କୁ ପ୍ରାର୍ଥୀ କରିଥିବାବେଳେ […]
ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଯେଭଳି ଆମେଥିରେ ହାରିଲେ ଠିକ୍ ସେମିତି ଚଳିତ ଲୋକସଭା ନିର୍ବାଚନରେ ମଧ୍ୟ ରାହୁଲ ୱାୟନାଡ଼ ଲୋକସଭା ଆସନରେ ହାରିଯିବେ। ଏଭଳି ଦୃଢ଼ୋକ୍ତି ବାଢ଼ିଛନ୍ତି କେରଳ ବିଜେପି ମୁଖ୍ୟ କେ ସୁରେନ୍ଦ୍ରନ। ଦଳ କେ ସୁରେନ୍ଦ୍ରନଙ୍କୁ ୱାୟନାଡ଼ରୁ ପ୍ରାର୍ଥୀ କରିଛି। ଉଲ୍ଲେଖଯୋଗ୍ୟ ଯେ କେରଳର ୱାୟନାଡ଼ ଲୋକସଭା ଆସନରେ ଆଗାମୀ ଲୋକସଭା ନିର୍ବାଚନରେ ଜମାଣିଆ ଲଢ଼େଇ ହେବ। ୱାୟନାଡ଼ରେ ବିଜେପି କେ ସୁରେନ୍ଦ୍ରନଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ରାହୁଲ ଗାନ୍ଧି ଏବଂ ବାମ ଦଳ ସିପିଆଇ ନେତା ଆନ୍ନି ରାଜାଙ୍କୁ ପ୍ରାର୍ଥୀ କରିଛି। ବିଜେପି କେନ୍ଦ୍ରୀୟ ନେତୃବୃନ୍ଦ ସୁରେନ୍ଦ୍ରନଙ୍କୁ ୱାୟନାଡ଼ରୁ ପ୍ରାର୍ଥୀ କରିଛି। ଇଣ୍ଡିଆ ମେଣ୍ଟର ୨ ବରିଷ୍ଠ ନେତା ରାହୁଲ ଗାନ୍ଧି ଏବଂ ଆନ୍ନି ରାଜାଙ୍କ ବିରୋଧରେ ସୁରେନ୍ଦ୍ରନ ନିର୍ବାଚନ ଲଢ଼ିବେ। ପ୍ରାର୍ଥିତ୍ବ ଘୋଷଣା କରିବାପରେ ସୁରେନ୍ଦ୍ରନ ଦୃଢ଼ୋକ୍ତି ବାଢ଼ି କହିଛନ୍ତି ଯେ ରାହୁଲ ଗାନ୍ଧି ଆମେଥିରେ ଗତଥର ଯେଉଁଭଳି ଦଶା ଭୋଗିଥିଲେ ଚଳିତ ଥର ମଧ୍ୟ ସମଦଶା ଭୋଗିବେ। ୱାୟନାଡ଼ା ନିର୍ବାଚନ ମଣ୍ଡଳୀରେ ବିକାଶ ସଙ୍କଟ ରହିଛି। ରାହୁଲ ଗାନ୍ଧି ଏହି ନିର୍ବାଚନମଣ୍ଡଳୀ ପାଇଁ କିଛି କରିନାହାନ୍ତି।




