ଆମେଥିରେ ସ୍ମୃତି ପଛୁଆ , କେ ଏଲ୍ ଶର୍ମା ଆଗରେ
ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶ ଆମେଥି ଆସନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ହରାଇଥିବା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏଥର ପଛରେ ପଡ଼ି ଯାଇଛନ୍ତି। ଆମେଥି ପ୍ରେଷ୍ଟିଜ୍ ଲଢ଼େଇରେ ସ୍ମୃତି କଂଗ୍ରେସ ପ୍ରାର୍ଥୀ କେଏଲ୍ ଶର୍ମାଙ୍କଠାରୁ ପଛରେ ରହିଛନ୍ତି। କେ ଏଲ୍ ଶର୍ମା ୨୮ ହଜାରରୁ ଅଧିକ ଭୋଟରେ ଆଗୁଆ ରହିଛନ୍ତି। ଉତ୍ତରପ୍ରଦେଶ ଚଳିତ ଥର କିଛି ପରିବର୍ତ୍ତନ ଦେଖିପାରେ। ଅନ୍ୟପକ୍ଷେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶ ରାଏବରେଲି ଆସନରୁ ନିର୍ବାଚନ […]
ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶ ଆମେଥି ଆସନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ହରାଇଥିବା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏଥର ପଛରେ ପଡ଼ି ଯାଇଛନ୍ତି। ଆମେଥି ପ୍ରେଷ୍ଟିଜ୍ ଲଢ଼େଇରେ ସ୍ମୃତି କଂଗ୍ରେସ ପ୍ରାର୍ଥୀ କେଏଲ୍ ଶର୍ମାଙ୍କଠାରୁ ପଛରେ ରହିଛନ୍ତି। କେ ଏଲ୍ ଶର୍ମା ୨୮ ହଜାରରୁ ଅଧିକ ଭୋଟରେ ଆଗୁଆ ରହିଛନ୍ତି। ଉତ୍ତରପ୍ରଦେଶ ଚଳିତ ଥର କିଛି ପରିବର୍ତ୍ତନ ଦେଖିପାରେ। ଅନ୍ୟପକ୍ଷେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶ ରାଏବରେଲି ଆସନରୁ ନିର୍ବାଚନ ଲଢ଼ିଛନ୍ତି। ରାହୁଲ ରାଏବରେଲି ଆସନରେ ୬୦ ହଜାରରୁ ଅଧିକ ଭୋଟ୍ରେ ଆଗୁଆ ଅଛନ୍ତି। ଉଲ୍ଳେଖଯୋଗ୍ୟ ଯେ ରାହୁଲ ଗାନ୍ଧୀ ଆମେଥିରେ ଲଗାତାର ୩ ଥର ଜିତିବାପରେ ୨୦୧୯ରେ ସେ ସ୍ମୃତିଙ୍କଠାରୁ ହାରି ଯାଇଥିଲେ।




