ଆମେଥିରୁ ପ୍ରାର୍ଥୀ ଘୋଷଣା କରିବାରେ କଂଗ୍ରେସ ବିଳମ୍ବ କରିବା ପରାଜୟର ସଙ୍କେତ : ସ୍ମୃତି
ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଆଜି କଂଗ୍ରେସ ବିରୋଧରେ କଡ଼ା ଟିପ୍ପଣୀ ରଖିଛନ୍ତି। କଂଗ୍ରେସ ଉତ୍ତରପ୍ରଦେଶର ଆମେଥି ଆସନରେ ପ୍ରାର୍ଥୀ ଘୋଷଣା କରିବାରେ ବିଳମ୍ବ କରିଥିବାରୁ ସ୍ମତି ଉକ୍ତ ପ୍ରସଙ୍ଗରେ କଂଗ୍ରେସକୁ କଟାକ୍ଷ କରିଛନ୍ତି। ସ୍ମୃତି କହିଛନ୍ତି, ପ୍ରଥମ ଥର ପାଇଁ କଂଗ୍ରେସ ଦଳ ଆମେଥି ଆସନରେ ପ୍ରାର୍ଥୀ ଘୋଷଣା କରିବାରେ ଏତେ ବିଳମ୍ବ କରିଛି। ଏହା କଂଗ୍ରେସ ପରାଜୟର ଏକ ସଙ୍କେତ। ସ୍ମୃତି ଆଜି ଆମେଥିରେ ୨୦୬ କୋଟି ଟଙ୍କାର ୨୮୧ଟି ପ୍ରକଳ୍ପର […]
ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଆଜି କଂଗ୍ରେସ ବିରୋଧରେ କଡ଼ା ଟିପ୍ପଣୀ ରଖିଛନ୍ତି। କଂଗ୍ରେସ ଉତ୍ତରପ୍ରଦେଶର ଆମେଥି ଆସନରେ ପ୍ରାର୍ଥୀ ଘୋଷଣା କରିବାରେ ବିଳମ୍ବ କରିଥିବାରୁ ସ୍ମତି ଉକ୍ତ ପ୍ରସଙ୍ଗରେ କଂଗ୍ରେସକୁ କଟାକ୍ଷ କରିଛନ୍ତି। ସ୍ମୃତି କହିଛନ୍ତି, ପ୍ରଥମ ଥର ପାଇଁ କଂଗ୍ରେସ ଦଳ ଆମେଥି ଆସନରେ ପ୍ରାର୍ଥୀ ଘୋଷଣା କରିବାରେ ଏତେ ବିଳମ୍ବ କରିଛି। ଏହା କଂଗ୍ରେସ ପରାଜୟର ଏକ ସଙ୍କେତ। ସ୍ମୃତି ଆଜି ଆମେଥିରେ ୨୦୬ କୋଟି ଟଙ୍କାର ୨୮୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାପରେ ଏହା କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୧୯ ଲୋକସଭା ନିର୍ବାଚନରେ ସ୍ମୃତି ରାହୁଲଙ୍କୁ ଆମେଥି ଆସନରେ ହରାଇଥିଲେ। ଦ୍ବିତୀୟ ଥର ପାଇଁ ସ୍ମୃତିଙ୍କୁ ବିଜେପି ଆମେଥି ଆସନରେ ପ୍ରାର୍ଥୀ କରିଛି। ରାହୁଲ ଗାନ୍ଧି ଉକ୍ତ ଆସନରେ ୨୦୦୪ ମସିହାରୁ ଲଗାତାର ୩ ଥର ନିର୍ବାଚନ ଜିତିଛନ୍ତି। କିନ୍ତୁ ୨୦୧୯ରେ ସ୍ମୃତି ଏଠାରେ ନିର୍ବାଚନ ଜିତିଲେ।




