ଆମେଥିରୁ ନିର୍ବାଚନ ଲଢ଼ିବେ ରାହୁଲ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଉତ୍ତରପ୍ରଦେଶର ଆମେଥିରୁ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବେ। ଉତ୍ତରପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ ସଭାପତି ଅଜୟ ରାୟ ଏହି ସୂଚନା ଦେଇଛନ୍ତି। ରାୟଙ୍କ ଅନୁଯାୟୀ ରାହୁଲ ନିଶ୍ଚିତ ଭାବେ ଆମେଥିରୁ ନିର୍ବାଚନ ଲଢ଼ିବେ। ଏଥିରେ କୌଣସି ଦ୍ବିମତ ନାହିଁ।ଅନ୍ୟପକ୍ଷେ ପ୍ରିୟଙ୍କା ଯେଉଁ ଆସନରେ ଚାହିବେ ନିର୍ବାଚନ ଲଢ଼ିପାରିବେ। ଯଦି ସେ ବାରଣାସୀରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବାକୁ ଚାହିବେ ତେବେ ପ୍ରତି କର୍ମୀ ତାଙ୍କର ବିଜୟ ପାଇଁ କାମ […]
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଉତ୍ତରପ୍ରଦେଶର ଆମେଥିରୁ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବେ। ଉତ୍ତରପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ ସଭାପତି ଅଜୟ ରାୟ ଏହି ସୂଚନା ଦେଇଛନ୍ତି। ରାୟଙ୍କ ଅନୁଯାୟୀ ରାହୁଲ ନିଶ୍ଚିତ ଭାବେ ଆମେଥିରୁ ନିର୍ବାଚନ ଲଢ଼ିବେ। ଏଥିରେ କୌଣସି ଦ୍ବିମତ ନାହିଁ।ଅନ୍ୟପକ୍ଷେ ପ୍ରିୟଙ୍କା ଯେଉଁ ଆସନରେ ଚାହିବେ ନିର୍ବାଚନ ଲଢ଼ିପାରିବେ। ଯଦି ସେ ବାରଣାସୀରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବାକୁ ଚାହିବେ ତେବେ ପ୍ରତି କର୍ମୀ ତାଙ୍କର ବିଜୟ ପାଇଁ କାମ କରିବେ ବୋଲି ରାୟ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୧୯ ଲୋକସଭା ନିର୍ବାଚନରେ ସ୍ମୃତି ଇରାନୀ ରାହୁଲଙ୍କୁ ଆମେଥିରେ ହରାଇଥିଲେ। ୨୦୧୯ରେ ରାହୁଲ ୨ଟି ଆସନ ଆମେଥି ଏବଂ ୱାୟନାଡ଼ରେ ନିର୍ବାଚନ ଲଢ଼ିଥିଲେ। ରାହୁଲ ଆମେଥିରେ ହାରି ଯାଇଥିଲେ କିନ୍ତୁ ୱାୟନାଡ଼ରେ ଜିତିଥିଲେ।




