ଆମେଥିରୁ ନିର୍ବାଚନ ଲଢ଼ିବାପାଇଁ ରାହୁଲଙ୍କର ସାହସ ନାହିଁ : ରାଜନାଥ

ନୂଆଦିଲ୍ଲୀ : ବରିଷ୍ଠ ବିଜେପି ନେତା ରାଜନାଥ ସିଂହ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କଡ଼ା କଟାକ୍ଷ କରିଛନ୍ତି। ରାଜନାଥ କହିଛନ୍ତି, ୨୦୧୯ ଲୋକସଭା ନିର୍ବାଚନରେ ରାହୁଲ ଆମେଥିରୁ ହାରିବାପରେ ଚଳିତ ଥର ଆଉ ଆମେଥିରୁ ନିର୍ବାଚନ ଲଢ଼ିବାପାଇଁ ତାଙ୍କର ସାହସ ନାହିଁ। ରାଜନାଥ ସିଂହ କହିଛନ୍ତି, ପରାଜୟ ପରେ ରାହୁଲ ଉତ୍ତରପ୍ରଦେଶରୁ କେରଳକୁ ପଳାଇଛନ୍ତି। କିନ୍ତୁ ମୁଁ ଏହା ଶୁଣିଛି ଯେ ୱାୟନାଡ଼ର ଲୋକମାନେ ରାହୁଲଙ୍କୁ ତାଙ୍କର ସାଂସଦ କରିବାକୁ ଚାହାନ୍ତିନି। ପଥନମଥିତ୍ତ ଲୋକସଭା […]

Samaya Live Picture
Published On

ନୂଆଦିଲ୍ଲୀ : ବରିଷ୍ଠ ବିଜେପି ନେତା ରାଜନାଥ ସିଂହ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କଡ଼ା କଟାକ୍ଷ କରିଛନ୍ତି। ରାଜନାଥ କହିଛନ୍ତି, ୨୦୧୯ ଲୋକସଭା ନିର୍ବାଚନରେ ରାହୁଲ ଆମେଥିରୁ ହାରିବାପରେ ଚଳିତ ଥର ଆଉ ଆମେଥିରୁ ନିର୍ବାଚନ ଲଢ଼ିବାପାଇଁ ତାଙ୍କର ସାହସ ନାହିଁ। ରାଜନାଥ ସିଂହ କହିଛନ୍ତି, ପରାଜୟ ପରେ ରାହୁଲ ଉତ୍ତରପ୍ରଦେଶରୁ କେରଳକୁ ପଳାଇଛନ୍ତି। କିନ୍ତୁ ମୁଁ ଏହା ଶୁଣିଛି ଯେ ୱାୟନାଡ଼ର ଲୋକମାନେ ରାହୁଲଙ୍କୁ ତାଙ୍କର ସାଂସଦ କରିବାକୁ ଚାହାନ୍ତିନି। ପଥନମଥିତ୍ତ ଲୋକସଭା ନିର୍ବାଚନ ମଣ୍ଡଳୀରେ ଆଜି ବିଜେପି ପ୍ରାର୍ଥୀ ଏକେ ଆଣ୍ଟୋନିଙ୍କ ପାଇଁ ସମର୍ଥନ ଲୋଡ଼ି ଏକ ନିର୍ବାଚନ ବୈଠକରେ ରାଜନାଥ ଏହି ଟିପ୍ପଣୀ ଦେଇଛନ୍ତି। ରାଜନାଥ କହିଛନ୍ତି, ଦେଶରେ ଅନେକ ମହାକାଶ କାର୍ଯ୍ୟକ୍ରମ ଆରମ୍ଭ ହେଉଛି କିନ୍ତୁ ଗତ ୨୦ ବର୍ଷ ଧରି କଂଗ୍ରେସ ଯୁବ ନେତାଙ୍କର ଲଞ୍ଚିଂ ହୋଇପାରୁନି। କଂଗ୍ରେସ ଦଳର ରାହୁଲଯାନ ଏଯାଏଁ ଲଞ୍ଚ୍ ହୋଇପାରୁନି କି କେଉଁଠି ଅବତରଣ କରିପାରୁନି। ରାଜନାଥ ବିଜେପି ପ୍ରାର୍ଥୀ ଏକେ ଆଣ୍ଟୋନିଙ୍କୁ ପ୍ରଶଂସା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ ୨୬ ତାରିଖରେ କେରଳରେ ଭୋଟ୍ ଅଛି।

Tags: