ଆବଶ୍ୟକ ହେଲେ ଭାରତ ଏଲ୍‌ଓସି ଅତିକ୍ରମ କରିବ: ରାଜନାଥ ସିଂହ

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ଲଦାଖରେ କାରଗିଲ ଯୁଦ୍ଧ ସ୍ମାରକସ୍ଥଳରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ରାଜନାଥ କହିଛନ୍ତି, ‌ଦେଶର ସମ୍ମାନ ରକ୍ଷା ପାଇଁ ଆମେ ଯେକୌଣସି ସ୍ତରକୁ ବି ଯାଇପାରିବୁ। ଯଦି ସେଥିପାଇଁ ଏଲ୍‌ଓସି ବି ଅତିକ୍ରମ କରିବାକୁ ଦରକାର ପଡ଼େ ତେବେ ଆମେ ଏଲ୍‌ଓସି ଅତିକ୍ରମ କରିବୁ। ରାଜନାଥ ଆଜି ଭାରତର ନାଗରିକଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଅନୁରୋଧ କରିଛନ୍ତି। ରାଜନାଥ କହିଛନ୍ତି, ଲୋକମାନେ […]

Samaya Live Picture
Published On

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ଲଦାଖରେ କାରଗିଲ ଯୁଦ୍ଧ ସ୍ମାରକସ୍ଥଳରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ରାଜନାଥ କହିଛନ୍ତି, ‌ଦେଶର ସମ୍ମାନ ରକ୍ଷା ପାଇଁ ଆମେ ଯେକୌଣସି ସ୍ତରକୁ ବି ଯାଇପାରିବୁ। ଯଦି ସେଥିପାଇଁ ଏଲ୍‌ଓସି ବି ଅତିକ୍ରମ କରିବାକୁ ଦରକାର ପଡ଼େ ତେବେ ଆମେ ଏଲ୍‌ଓସି ଅତିକ୍ରମ କରିବୁ। ରାଜନାଥ ଆଜି ଭାରତର ନାଗରିକଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଅନୁରୋଧ କରିଛନ୍ତି। ରାଜନାଥ କହିଛନ୍ତି, ଲୋକମାନେ ମାନସିକ ସ୍ତରରେ ପ୍ରସ୍ତୁତ ରହିବା ଦରକାର। ତେଣୁ ଯେତେବେଳେ ବି ଦେଶ ସେମାନଙ୍କର ଆବଶ୍ୟକତା ଚାହିବ ସେତେ‌ବେଳେ ସେମାନେ ସେନାବାହିନୀକୁ ସହଯୋଗ କରିବାପାଇଁ ପ୍ରସ୍ତୁତ ରହିବା ଉଚିତ। ରାଜନାଥ କହିଛନ୍ତି, ପ୍ରତି ସୈନିକ ଯେମିତି ଜଣେ ଭାରତୀୟ ଠିକ୍‌ ସେମିତି ପ୍ରତି ଭାରତୀୟ ବି ଜଣେ ସୈନିକର ଦାୟିତ୍ବ ନିର୍ବାହ କରିବାପାଇଁ ପ୍ରସ୍ତୁତ ରହିବା ଉଚିତ। ରାଜନାଥ କହିଛନ୍ତି, ଦେଶର ସାର୍ବଭୌମତ୍ବ , ଏକତା ଏବଂ ଅଖଣ୍ଡତାକୁ ସୁରକ୍ଷା ଦେବାରେ କୌଣସି ପ୍ରକାର ସାଲିସ କରାଯିବନି।

Tags: