ଆବଶ୍ୟକ ପଡ଼ିଲେ ନୌସେନା ପ୍ରଥମେ ପାକିସ୍ତାନ ଉପରେ ଆକ୍ରମଣ କରିବ: ନୌସେନା ମୁଖ୍ୟ
ନୂଆଦିଲ୍ଲୀ: ଯଦି ପାକିସ୍ତାନ ସହିତ ଆଉ ଥରେ ଯୁଦ୍ଧ ସ୍ଥିତି ଉପୁଜେ ତେବେ ନୌସେନା ପ୍ରଥମେ ଆକ୍ରମଣ ଆରମ୍ଭ କରିବ ବୋଲି ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ କହିଛନ୍ତି। ମଙ୍ଗଳବାର ବିଶାଖାପାଟଣାଠାରେ ଆୟୋଜିତ ଯୁଦ୍ଧଜାହାଜ ହିମଗିରି ଓ ଉଦୟଗିରିକୁ ନୌସେନାରେ ସାମିଲ କରାଯିବା କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଆଡମିରାଲ ତ୍ରିପାଠୀ ଏହି ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ନୌସେନା ମୁଖ୍ୟ କହିଛନ୍ତି, ଏବେର ଅନିଶ୍ଚିତତା ସ୍ଥିତି ଓ ପ୍ରତିଯୋଗିତାମୂଳକ ସମୟରେ ଶତ୍ରୁ ଆଗରେ ଭାରତର […]
ନୂଆଦିଲ୍ଲୀ: ଯଦି ପାକିସ୍ତାନ ସହିତ ଆଉ ଥରେ ଯୁଦ୍ଧ ସ୍ଥିତି ଉପୁଜେ ତେବେ ନୌସେନା ପ୍ରଥମେ ଆକ୍ରମଣ ଆରମ୍ଭ କରିବ ବୋଲି ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ କହିଛନ୍ତି। ମଙ୍ଗଳବାର ବିଶାଖାପାଟଣାଠାରେ ଆୟୋଜିତ ଯୁଦ୍ଧଜାହାଜ ହିମଗିରି ଓ ଉଦୟଗିରିକୁ ନୌସେନାରେ ସାମିଲ କରାଯିବା କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଆଡମିରାଲ ତ୍ରିପାଠୀ ଏହି ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ନୌସେନା ମୁଖ୍ୟ କହିଛନ୍ତି, ଏବେର ଅନିଶ୍ଚିତତା ସ୍ଥିତି ଓ ପ୍ରତିଯୋଗିତାମୂଳକ ସମୟରେ ଶତ୍ରୁ ଆଗରେ ଭାରତର ନୌସେନା ଏକ ପ୍ରମୁଖ ଶକ୍ତି ଭାବେ କାର୍ଯ୍ୟ କରିବ। ଅପରେସନ ସିନ୍ଦୂର ବେଳେ ମଧ୍ୟ ଆମେ ଏହା ଦେଖାଇ ସାରିଛୁ। ଭାରତର ନୌସେନାକୁ ଆକ୍ରାମକ ଶୈଳୀରେ ମୁତୟନ କରାଯିବା ପାକିସ୍ତାନକୁ ଆତଙ୍କିତ କରିଥିଲା। ଫଳରେ ଯୁଦ୍ଧ ବନ୍ଦ ନେଇ ଅନୁରୋଧ କରିବାକୁ ସେମାନେ ବାଧ୍ୟ ହୋଇଥିଲେ। ତେବେ ସରକାର ଅପରେସନ ସିନ୍ଦୂର ଶେଷ ଜାରି ରହିଥିବା ସୂଚନା ଦେଇଛନ୍ତି। ଯଦି ପୁଣି ଯୁଦ୍ଧ କରିବାର ଆବଶ୍ୟକତା ପଡ଼େ ଭାରତ ପକ୍ଷରୁ ନୌସେନା ଏହା ଆରମ୍ଭ କରିବ।




