ଆଫ୍ଗାନିସ୍ତାନରେ ଅଣ-ଇସଲାମୀୟ ପୁସ୍ତକ ଉପରେ ପ୍ରତିବନ୍ଧକ
କାବୁଲ: ତାଲିବାନ୍ରେ କୁରାନ୍ ଓ ହଦିଥ୍ ଅନୁସାରେ ପ୍ରଶାସନକୁ ପରିଚାଳନା କରିବା ଦିଗରେ ଆଫ୍ଗାନିସ୍ତାନରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛି। ଦେଶରେ ପ୍ରଚଳିତ ସମସ୍ତ ଅଣ-ଇସଲାମୀୟ ଓ ସରକାର ବିରୋଧୀ ପୁସ୍ତକକୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ନୀତିର ପ୍ରଚାର ଓ ପାପର ପ୍ରତିରୋଧ ନିମନ୍ତେ ହିରଟ୍ ବିଭାଗ (ପିଭିପିଭି) ପକ୍ଷରୁ ପ୍ରକାଶିତ ସୂଚନାନୁସାରେ, ସମସ୍ତ ପୁସ୍ତକର ଅନୁଧ୍ୟାନ କରାଯାଉଛି ଏବଂ ଯେଉଁ ପୁସ୍ତକରେ ଇସଲାମ ଧର୍ମ କିମ୍ବା ତାଲିବାନ ଶାସନ ବିରୋଧରେ ଲେଖାଯାଇଛି ଏବଂ ଯେଉଁ […]
କାବୁଲ: ତାଲିବାନ୍ରେ କୁରାନ୍ ଓ ହଦିଥ୍ ଅନୁସାରେ ପ୍ରଶାସନକୁ ପରିଚାଳନା କରିବା ଦିଗରେ ଆଫ୍ଗାନିସ୍ତାନରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛି। ଦେଶରେ ପ୍ରଚଳିତ ସମସ୍ତ ଅଣ-ଇସଲାମୀୟ ଓ ସରକାର ବିରୋଧୀ ପୁସ୍ତକକୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ନୀତିର ପ୍ରଚାର ଓ ପାପର ପ୍ରତିରୋଧ ନିମନ୍ତେ ହିରଟ୍ ବିଭାଗ (ପିଭିପିଭି) ପକ୍ଷରୁ ପ୍ରକାଶିତ ସୂଚନାନୁସାରେ, ସମସ୍ତ ପୁସ୍ତକର ଅନୁଧ୍ୟାନ କରାଯାଉଛି ଏବଂ ଯେଉଁ ପୁସ୍ତକରେ ଇସଲାମ ଧର୍ମ କିମ୍ବା ତାଲିବାନ ଶାସନ ବିରୋଧରେ ଲେଖାଯାଇଛି ଏବଂ ଯେଉଁ ପୁସ୍ତକରେ ଜୀବନ୍ତ ମନୁଷ୍ୟର ଫଟୋଚିତ୍ର ରହିଛି ସେଗୁଡ଼ିକୁ ହଟାଇ ଦିଆଯିବ। ସୂଚନାଯୋଗ୍ୟ, ଅକ୍ଟୋବର ମାସରେ ତାଲିବାନର ସୂଚନା ଓ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ନୂଆ ପଦକ୍ଷେପ ସଂକ୍ରାନ୍ତରେ ସୂଚନା ଦିଆଯାଇଥିଲା। ମନ୍ତ୍ରଣାଳୟ ଦ୍ବାରା ଗଠିତ ସ୍ବତନ୍ତ୍ର କମିଟି ୪୦୦ ପୁସ୍ତକକୁ ଇସଲାମ ଧର୍ମ ଓ ଆଫ୍ଗାନିସ୍ତାନ ମୂଲ୍ୟବୋଧର ବିରୋଧୀ ବୋଲି ଚିହ୍ନଟ କରିଥିଲା।




