ଆଫଗାନିସ୍ତାନ ମସଜିଦରେ ଆତ୍ମଘାତୀ ଆକ୍ରମଣ, ୧୭ ମୃତ
କାବୁଲ: ଉତ୍ତର ଆଫାଗାନିସ୍ତାନରେ ଏକ ସିଆ ମସଜିଦ ଉପରେ ଶୁକ୍ରବାର ଆତ୍ମଘାତୀ ଆକ୍ରମଣ ହୋଇଛି। ଏଥିରେ ଅତି କମ୍ରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଖବର ଅନୁଯାୟୀ, ବାଘଲାନ ପ୍ରଦେଶରେ ଥିବା ସିଆ ମୁସଲମାନଙ୍କର ଏହି ମସଜିଦରେ ଶୁକ୍ରବାର ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। ଏଥିରେ ୭ ଜଣ ସିଆ ମୁସଲମାନଙ୍କର ମୃତ୍ୟୁ ହେବା ସହ ୧୫ ଜଣ ଆହତ ହୋଇଥିବା ବାଘଲାନର ଜଣେ ଅଧିକାରୀ ମୌଲବି ହାସିମି କହିଛନ୍ତି। ଇସଲାମିକ ଷ୍ଟେଟ୍ (ଆଇଏସ୍) […]
କାବୁଲ: ଉତ୍ତର ଆଫାଗାନିସ୍ତାନରେ ଏକ ସିଆ ମସଜିଦ ଉପରେ ଶୁକ୍ରବାର ଆତ୍ମଘାତୀ ଆକ୍ରମଣ ହୋଇଛି। ଏଥିରେ ଅତି କମ୍ରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଖବର ଅନୁଯାୟୀ, ବାଘଲାନ ପ୍ରଦେଶରେ ଥିବା ସିଆ ମୁସଲମାନଙ୍କର ଏହି ମସଜିଦରେ ଶୁକ୍ରବାର ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। ଏଥିରେ ୭ ଜଣ ସିଆ ମୁସଲମାନଙ୍କର ମୃତ୍ୟୁ ହେବା ସହ ୧୫ ଜଣ ଆହତ ହୋଇଥିବା ବାଘଲାନର ଜଣେ ଅଧିକାରୀ ମୌଲବି ହାସିମି କହିଛନ୍ତି। ଇସଲାମିକ ଷ୍ଟେଟ୍ (ଆଇଏସ୍) ଆତଙ୍କବାଦୀମାନେ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛନ୍ତି। ସୁନ୍ନି ଇସଲାମିକ୍ ଉଗ୍ରବାଦୀମାନେ ସିଆ ମୁସଲମାନଙ୍କୁ ଘୃଣା କରନ୍ତି।




