ଆଫଗାନିସ୍ତାନ ଭୂକମ୍ପ ମୃତ୍ୟୁସଂଖ୍ୟା ୧୪୦୦ ଟପିଲା, ୩ ହଜାର ଆହତ

କାବୁଲ: ଆଫଗାନିସ୍ତାନର ପୂର୍ବାଞ୍ଚଳରେ କୁନାର ପ୍ରଦେଶରେ ଗତ ରବିବାର ରାତିରେ ଘଟିଥିବା ଶକ୍ତିଶାଳୀ ଭୂମିକମ୍ପ ମୃତ୍ୟୁସଂଖ୍ୟା ୧୪୦୦ ଅତିକ୍ରମ କରିଛି ବୋଲି ବିଭିନ୍ନ ସହାୟତା ପ୍ରଦାନକାରୀ ସଂସ୍ଥାମାନଙ୍କ ରିପୋର୍ଟରୁ ଜଣାପଡ଼ିଛି। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୦ ରୁ ୬.୩ ମଧ୍ୟରେ ଥିଲା ଏବଂ ଏହା ସ୍ଥାନୀୟ ଅଂଚଳରେ ପ୍ରଳୟଙ୍କରୀ କ୍ଷୟକ୍ଷତି ଘଟାଇଛି। ଗାଁଗୁଡ଼ିକ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି ଏବଂ ୩ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ପ୍ରାୟ ୮୦୦ ଲୋକଙ୍କ […]

ଆଫଗାନିସ୍ତାନ ଭୂକମ୍ପ ମୃତ୍ୟୁସଂଖ୍ୟା ୧୪୦୦ ଟପିଲା, ୩ ହଜାର ଆହତ
Samaya Live Picture
Published On

କାବୁଲ: ଆଫଗାନିସ୍ତାନର ପୂର୍ବାଞ୍ଚଳରେ କୁନାର ପ୍ରଦେଶରେ ଗତ ରବିବାର ରାତିରେ ଘଟିଥିବା ଶକ୍ତିଶାଳୀ ଭୂମିକମ୍ପ ମୃତ୍ୟୁସଂଖ୍ୟା ୧୪୦୦ ଅତିକ୍ରମ କରିଛି ବୋଲି ବିଭିନ୍ନ ସହାୟତା ପ୍ରଦାନକାରୀ ସଂସ୍ଥାମାନଙ୍କ ରିପୋର୍ଟରୁ ଜଣାପଡ଼ିଛି। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୦ ରୁ ୬.୩ ମଧ୍ୟରେ ଥିଲା ଏବଂ ଏହା ସ୍ଥାନୀୟ ଅଂଚଳରେ ପ୍ରଳୟଙ୍କରୀ କ୍ଷୟକ୍ଷତି ଘଟାଇଛି। ଗାଁଗୁଡ଼ିକ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି ଏବଂ ୩ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ପ୍ରାୟ ୮୦୦ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଇତି ମଧ୍ୟରେ ଆଫଗାନିସ୍ତାନରେ ୪୮ ଘଣ୍ଟା ମଧ୍ୟରେ ପୁଣି ଆଉ ଏକ ଭୂକମ୍ପ ହୋଇଛି। ପାହାଡ଼ିଆ ଅଞ୍ଚଳରେ ଅବସ୍ଥିତ ଏହି ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଅତ୍ୟନ୍ତ ଜଟିଳ ହୋଇପଡ଼ିଛି। ସୀମିତ ସମ୍ବଳ ଏବଂ ଦୁର୍ଗମ ଅଂଚଳ ଯୋଗୁଁ ଉଦ୍ଧାରକାରୀ ଦଳମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ପରିବାର ନିଜର ଘର ଏବଂ ଜୀବିକା ହରାଇ ଖୋଲା ଆକାଶ ତଳେ ରହୁଛନ୍ତି। ସାହାଯ୍ୟ ସଂସ୍ଥାଗୁଡ଼ିକ ତୁରନ୍ତ ଖାଦ୍ୟ, ଔଷଧ ଏବଂ ଅସ୍ଥାୟୀ ଆଶ୍ରୟ ଯୋଗାଇ ଦେବାକୁ ଚେଷ୍ଟା କରୁଥିଲେ ମଧ୍ୟ ଆବଶ୍ୟକତା ତୁଳନାରେ ସମ୍ବଳ ଯଥେଷ୍ଟ କମ୍‌ ରହିଥିବା ଜଣାପଡ଼ିଛି।

Tags: