ଆଫଗାନିସ୍ତାନ ବନ୍ୟାରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ
କାବୁଲ : ପ୍ରବଳ ବାଦଲଫଟା ବର୍ଷା ଯୋଗୁଁ ଆଫଗାନିସ୍ତାନର ୪ଟି ପ୍ରଦେଶରେ ଭୟଙ୍କର ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବନ୍ୟାରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨ ହଜାର ଘର ନଷ୍ଟ ହୋଇଯାଇଛି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି। ବନ୍ୟା ପ୍ରଭାବିତ ଅଞ୍ଚଳକୁ ବଣ୍ଟନ ପାଇଁ ପର୍ଯ୍ୟାପ୍ତ ରିଲିଫ୍ ସାମଗ୍ରୀ ନଥିବାରୁ ଏହି ବନ୍ୟା ଏକ ବଡ଼ ମାନବିକ ସଙ୍କଟରେ ପରିଣତ ହୋଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଅନାହାର […]
କାବୁଲ : ପ୍ରବଳ ବାଦଲଫଟା ବର୍ଷା ଯୋଗୁଁ ଆଫଗାନିସ୍ତାନର ୪ଟି ପ୍ରଦେଶରେ ଭୟଙ୍କର ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବନ୍ୟାରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨ ହଜାର ଘର ନଷ୍ଟ ହୋଇଯାଇଛି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି। ବନ୍ୟା ପ୍ରଭାବିତ ଅଞ୍ଚଳକୁ ବଣ୍ଟନ ପାଇଁ ପର୍ଯ୍ୟାପ୍ତ ରିଲିଫ୍ ସାମଗ୍ରୀ ନଥିବାରୁ ଏହି ବନ୍ୟା ଏକ ବଡ଼ ମାନବିକ ସଙ୍କଟରେ ପରିଣତ ହୋଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଅନାହାର ବ୍ୟାପିବାର ସନ୍ଦେହ କରାଯାଉଛି। ଖବର ଅନୁଯାୟୀ, ଆଫଗାନିସ୍ତାନର ବଦାଖଶାନ, ଘୋର, ବାଘଲାନ ଓ ହେରାଟ ପ୍ରଦେଶରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ଏହି ବନ୍ୟା ମାନବୀୟ ସଙ୍କଟ ସୃଷ୍ଟି କରିଛି। ଏହି ବନ୍ୟା ଯୋଗୁଁ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। କେବଳ ବାଘଲାନର ୪ଟି ଜିଲ୍ଲାରେ ୧୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି।




