ଆଫଗାନିସ୍ତାନରେ ପୁଣି ୬.୩ ତୀବ୍ରତାର ଭୂକମ୍ପ
କାବୁଲ: ଉତ୍ତରପଶ୍ଚିମ ଆଫଗାନିସ୍ତାନରେ ବୁଧବାର ପୁଣିଥରେ ଶକ୍ତ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ୬.୩ ଏବଂ ୧୦ କିମି ଗଭୀରତାରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ଜଣାପଡ଼ିଛି। ଭୂକମ୍ପରେ କୌଣସି ମୃତାହତ କିମ୍ବା ସମ୍ପତ୍ତି ନଷ୍ଟ ନେଇ କୌଣସି ଖବର ନାହିଁ। ଉଲ୍ଲେଖଯୋଗ୍ୟ ଯେ ଗତ ଶନିବାର ଦିନ ଆଫଗାନିସ୍ତାନରେ ହୋଇଥିବା ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୪ ହଜାର ଟପିଥିବାବେଳେ ଆଫଗାନିସ୍ତାନରେ ଆଜି ସଦ୍ୟ ଭୂକମ୍ପ ଲୋକଙ୍କ ମନରେ ଭୟ ଓ ଆତଙ୍କ ଖେଳାଇ ଦେଇଛି। […]
କାବୁଲ: ଉତ୍ତରପଶ୍ଚିମ ଆଫଗାନିସ୍ତାନରେ ବୁଧବାର ପୁଣିଥରେ ଶକ୍ତ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ୬.୩ ଏବଂ ୧୦ କିମି ଗଭୀରତାରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ଜଣାପଡ଼ିଛି। ଭୂକମ୍ପରେ କୌଣସି ମୃତାହତ କିମ୍ବା ସମ୍ପତ୍ତି ନଷ୍ଟ ନେଇ କୌଣସି ଖବର ନାହିଁ। ଉଲ୍ଲେଖଯୋଗ୍ୟ ଯେ ଗତ ଶନିବାର ଦିନ ଆଫଗାନିସ୍ତାନରେ ହୋଇଥିବା ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୪ ହଜାର ଟପିଥିବାବେଳେ ଆଫଗାନିସ୍ତାନରେ ଆଜି ସଦ୍ୟ ଭୂକମ୍ପ ଲୋକଙ୍କ ମନରେ ଭୟ ଓ ଆତଙ୍କ ଖେଳାଇ ଦେଇଛି। ଆଫଗାନିସ୍ତାନରେ ଗତ ଶନିବାର ଦିନ ୨ଟି ୬.୨ ତୀବ୍ରତାର ପ୍ରଚଣ୍ଡ ଭୂକମ୍ପ ହୋଇଥିଲା। ଏହାପରେ ପଛକୁ ପଛ ୭ଟି ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ଭୂକମ୍ପରେ ପାଖାପାଖି ୧ହଜାରରୁ ଅଧିକ ଘର ମାଟିରେ ମିଶିଯାଇଛି। ଆହୁରି ୨ ହଜାରରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ଅନେକ ଲୋକ ବାସହୀନ ହୋଇଯାଇଛନ୍ତି। ଏହି କ୍ଷତିରୁ ଲୋକ ବାହାରିନଥିବାବେଳେ ଆଫଗାନିସ୍ତାନରେ ପୁଣିଥରେ ସଦ୍ୟ ଭୂକମ୍ପ ହୋଇଛି।




