ଆଫଗାନିସ୍ତାନରେ ପୁଣି ଆତଙ୍କ ଖେଳାଇଲା ଭୂକମ୍ପ

କାବୁଲ: ଆଫଗାନିସ୍ତାନରେ ପୁଣିଥରେ ଭୂକମ୍ପ ଆତଙ୍କ ଖେଳାଇ ଦେଇଛି। ରବିବାର ସକାଳେ ଆଫଗାନିସ୍ତାନରେ ୬.୩ ତୀବ୍ରତାର ଭୂମିକମ୍ପ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ହେରାତ ଠାରୁ ପ୍ରାୟ ୩୪ କିମି ଦୂର ଏବଂ ୮ କିମି ଗଭୀରତାରେ ରହିଥିବା ଆମେରିକାର ଭୂତାତ୍ତ୍ବିକ ସର୍ଭେ ପକ୍ଷରୁ କୁହାଯାଇଛି। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ପ୍ରାୟ ୧୦୦ ଲୋକ ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। ଗତ ୭ ତାରିଖରେ ହେରାତଠାରୁ ୪୦ କିମି ଦୂର ଜିନ୍ଦାଜାନରେ ଏକ […]

Samaya Live Picture
Published On

କାବୁଲ: ଆଫଗାନିସ୍ତାନରେ ପୁଣିଥରେ ଭୂକମ୍ପ ଆତଙ୍କ ଖେଳାଇ ଦେଇଛି। ରବିବାର ସକାଳେ ଆଫଗାନିସ୍ତାନରେ ୬.୩ ତୀବ୍ରତାର ଭୂମିକମ୍ପ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ହେରାତ ଠାରୁ ପ୍ରାୟ ୩୪ କିମି ଦୂର ଏବଂ ୮ କିମି ଗଭୀରତାରେ ରହିଥିବା ଆମେରିକାର ଭୂତାତ୍ତ୍ବିକ ସର୍ଭେ ପକ୍ଷରୁ କୁହାଯାଇଛି। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ପ୍ରାୟ ୧୦୦ ଲୋକ ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। ଗତ ୭ ତାରିଖରେ ହେରାତଠାରୁ ୪୦ କିମି ଦୂର ଜିନ୍ଦାଜାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଏଥିରେ ୧୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେବା ସହିତ ବ୍ୟାପକ କ୍ଷୟକ୍ଷତି ହୋଇଥିଲା।

Tags: