ଆପ୍‌ ସାଂସଦ ସଞ୍ଜୀବ ଆରୋରାଙ୍କ ଘରେ ଇଡି ଚଢ଼ଉ

ଚଣ୍ଡିଗଡ଼: ବେଆଇନ ସମ୍ପତ୍ତି ଠୁଳ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ରାଜ୍ୟସଭା ସଦସ୍ୟ ସଞ୍ଜୀବ ଆରୋରାଙ୍କ ପଞ୍ଜାବସ୍ଥିତ ଘରେ ଚଢ଼ଉ କରିଛି। ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନାନୁସାରେ, ରାଜ୍ୟସଭା ସଦସ୍ୟ ଆରୋରା ହେଉଛନ୍ତି ରୀତେଶ ପ୍ରପର୍ଟିଜ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଜ୍‌ ଲିଃ (ଆର୍‌ପିଆଇଏଲ୍‌)ର ମାଲିକ। ରାଜ୍ୟ ସରକାରଙ୍କ ପକ୍ଷରୁ ଲୁଧିଆନା ଶିଳ୍ପାଞ୍ଚଳରେ ତାଙ୍କୁ ଏକ ପ୍ଲଟ ପ୍ରଦାନ କରାଯାଇଥିଲା। ତେବେ ସେଠାରେ ସେ କୌଣସି ଶିଳ୍ପ ପ୍ରତିଷ୍ଠା ନକରି ଘର ଓ ଦୋକାନ […]

Samaya Live Picture
Published On

ଚଣ୍ଡିଗଡ଼: ବେଆଇନ ସମ୍ପତ୍ତି ଠୁଳ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ରାଜ୍ୟସଭା ସଦସ୍ୟ ସଞ୍ଜୀବ ଆରୋରାଙ୍କ ପଞ୍ଜାବସ୍ଥିତ ଘରେ ଚଢ଼ଉ କରିଛି। ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନାନୁସାରେ, ରାଜ୍ୟସଭା ସଦସ୍ୟ ଆରୋରା ହେଉଛନ୍ତି ରୀତେଶ ପ୍ରପର୍ଟିଜ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଜ୍‌ ଲିଃ (ଆର୍‌ପିଆଇଏଲ୍‌)ର ମାଲିକ। ରାଜ୍ୟ ସରକାରଙ୍କ ପକ୍ଷରୁ ଲୁଧିଆନା ଶିଳ୍ପାଞ୍ଚଳରେ ତାଙ୍କୁ ଏକ ପ୍ଲଟ ପ୍ରଦାନ କରାଯାଇଥିଲା। ତେବେ ସେଠାରେ ସେ କୌଣସି ଶିଳ୍ପ ପ୍ରତିଷ୍ଠା ନକରି ଘର ଓ ଦୋକାନ ନିର୍ମାଣ କରି ଭଡ଼ାରେ ଲଗାଇଥିଲେ। ଯେତେବେଳେ ସଞ୍ଜୀବ ରାଜ୍ୟସଭା ସଦସ୍ୟ ହୋଇନଥିଲେ ସେତେବେଳେ ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏନେଇ ମାମଲା ରୁଜୁ ହୋଇଥିଲା। ଆଜି ନିର୍ଦ୍ଦେଶାଳୟ ପକ୍ଷରୁ ସାଂସଦଙ୍କ ପଞ୍ଜାବସ୍ଥିତ ବାସଭବନ, ଲୁଧିଆନାର ବ୍ୟବସାୟୀ ତଥା ଅଭିଯୁକ୍ତ କମ୍ପାନିର ନିର୍ଦ୍ଦେଶକ ହେମନ୍ତ ସୁଦ୍‌, ଜଳନ୍ଧରର ଚାନ୍ଦେର ଅଗ୍ରୱାଲ୍‌, ରୟାଲ୍‌ ଇଣ୍ଡଷ୍ଟ୍ରିଜ୍‌ କମ୍ପାନିର ମାଲିକ ପ୍ରଦୀପ ଅଗ୍ରୱାଲ୍‌ଙ୍କ ଘରେ ଓ କମ୍ପାନି କାର୍ଯ୍ୟାଳୟରେ ଚଢ଼ଉ କରାଯାଇଛି। ଏହି ଚଢ଼ଉ ସମ୍ପର୍କରେ ସାଂସଦ ସଞ୍ଜୀବ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି, ସେ ଜଣେ ଆଇନକୁ ମାନୁଥିବା ନାଗରିକ। ଏହି ଚଢ଼ଉ କାହିଁକି ହେଉଛି ସେ ଜାଣନ୍ତି ନାହିଁ। ତେବେ ନିର୍ଦ୍ଦେଶାଳୟକୁ ସେ ସହଯୋଗ କରିବେ ଓ ସମସ୍ତ ପ୍ରଶ୍ନର ଉତ୍ତର ଦେବେ।

Tags: