ଆପ୍‌ ସାଂସଦ ସଂଜୟ ସିଂହଙ୍କ ୨ ସହଯୋଗୀଙ୍କ ବାସଭବନରେ ଇଡି ଚଢ଼ଉ

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି( ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଆଜି ଆପ୍‌ ସାଂସଦ ସଂଜୟ ସିଂହଙ୍କ ୨ ସହଯୋଗୀଙ୍କ ବାସଭବନରେ ଚଢ଼ଉ କରିଛି। ସଂଜୟ ସିଂହ କହିଛନ୍ତି ଇଡି ତାଙ୍କ ସହଯୋଗୀ ସର୍ବେଶ ମିଶ୍ରଙ୍କ ଦିଲ୍ଲୀ ସ୍ଥିତ ଭିଥଲ ଭାଇ ପଟେଲ୍‌ ହାଉସ‌ରେ ଚଢ଼ଉ କରିଛି। ଇଡି ମଧ୍ୟ ଅଜିତ ତ୍ୟାଗିଙ୍କ ବିଭିନ୍ନ ଠିକଣାରେ ଚଢ଼ଉ କରିଛି। ଅବକାରୀ ଦୁର୍ନୀତି ମାମଲାରେ ଇଡି ଆଜି ଦିଲ୍ଲୀର ୬ଟି ସ୍ଥାନରେ ଚଢ଼ଉ କରିଛି। ଯେଉଁ ସନ୍ଦିଗ୍ଧଙ୍କ […]

Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି( ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଆଜି ଆପ୍‌ ସାଂସଦ ସଂଜୟ ସିଂହଙ୍କ ୨ ସହଯୋଗୀଙ୍କ ବାସଭବନରେ ଚଢ଼ଉ କରିଛି। ସଂଜୟ ସିଂହ କହିଛନ୍ତି ଇଡି ତାଙ୍କ ସହଯୋଗୀ ସର୍ବେଶ ମିଶ୍ରଙ୍କ ଦିଲ୍ଲୀ ସ୍ଥିତ ଭିଥଲ ଭାଇ ପଟେଲ୍‌ ହାଉସ‌ରେ ଚଢ଼ଉ କରିଛି। ଇଡି ମଧ୍ୟ ଅଜିତ ତ୍ୟାଗିଙ୍କ ବିଭିନ୍ନ ଠିକଣାରେ ଚଢ଼ଉ କରିଛି। ଅବକାରୀ ଦୁର୍ନୀତି ମାମଲାରେ ଇଡି ଆଜି ଦିଲ୍ଲୀର ୬ଟି ସ୍ଥାନରେ ଚଢ଼ଉ କରିଛି। ଯେଉଁ ସନ୍ଦିଗ୍ଧଙ୍କ ଘ‌ରେ ଆଜି ଚଢ଼ଉ ହୋଇଛି ସେମାନେ ଦିନେଶ ଆ‌ରୋରା ଏବଂ ଅମିତ ଆରୋରାଙ୍କ ସହ ଘନିଷ୍ଠ ଭାବେ କାମ କରୁଥିଲେ। ସେମାନେ ଟେଣ୍ଡରିଂ ପ୍ରକ୍ରିୟାରେ ସାମିଲ ଥିଲେ। ଅମିତ ଆରୋରା ଏବଂ ଦିନେଶ ଆରୋରା ‌ହେଉଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ଘନିଷ୍ଠ ସହଯୋଗୀ। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ ହୋଇ ଏବେ ଜେଲ୍‌ରେ ଅଛନ୍ତି।

Tags: