ଆପ୍ ସାଂସଦ ରାଘବ ଚଢ଼ା ରାଜ୍ୟସଭାରେ ଦଳର ନେତା ନିଯୁକ୍ତ
ନୂଆଦିଲ୍ଲୀ : ଆପ୍ (ଆମ୍ ଆଦମୀ ପାର୍ଟି) ସାଂସଦ ରାଘବ ଚଢ଼ା ରାଜ୍ୟସଭାରେ ଦଳର ନେତା ନିଯୁକ୍ତ ହୋଇଛନ୍ତି। ସଂଜୟ ସିଂହଙ୍କ ଜାଗାରେ ରାଘବ ଚଢ଼ା ଲୋକସଭାରେ ଦଳର ନେତା ନିଯୁକ୍ତ ହୋଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଏକ ଚିଠି ଲେଖି ଆପ୍ ଦଳୀୟ ନେତୃବୃନ୍ଦ କହିଛନ୍ତି, ସଂଜୟ ସିଂହଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଅଛି। ସଂଜୟ ସିଂହଙ୍କ ଅନୁପସ୍ଥିତିରେ ରାଘବ ଚଢ଼ା ରାଜ୍ୟସଭାରେ ଦଳର ନେତା ନିଯୁକ୍ତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆପ୍ […]
ନୂଆଦିଲ୍ଲୀ : ଆପ୍ (ଆମ୍ ଆଦମୀ ପାର୍ଟି) ସାଂସଦ ରାଘବ ଚଢ଼ା ରାଜ୍ୟସଭାରେ ଦଳର ନେତା ନିଯୁକ୍ତ ହୋଇଛନ୍ତି। ସଂଜୟ ସିଂହଙ୍କ ଜାଗାରେ ରାଘବ ଚଢ଼ା ଲୋକସଭାରେ ଦଳର ନେତା ନିଯୁକ୍ତ ହୋଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଏକ ଚିଠି ଲେଖି ଆପ୍ ଦଳୀୟ ନେତୃବୃନ୍ଦ କହିଛନ୍ତି, ସଂଜୟ ସିଂହଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଅଛି। ସଂଜୟ ସିଂହଙ୍କ ଅନୁପସ୍ଥିତିରେ ରାଘବ ଚଢ଼ା ରାଜ୍ୟସଭାରେ ଦଳର ନେତା ନିଯୁକ୍ତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆପ୍ ସାଂସଦ ସଂଜୟ ସିଂହ ଏବେ ଜେଲ୍ରେ ଅଛନ୍ତି। ରାଜ୍ୟସଭା ସଚିବାଳୟ ସୂତ୍ରରୁ ଏହା ସ୍ପଷ୍ଟ କରାଯାଇଛି ଯେ ଆପ୍ ପକ୍ଷରୁ ଚଢ଼ାଙ୍କୁ ଦଳୀୟ ନେତା ନିଯୁକ୍ତ କରାଯାଇଥିବା ନେଇ ଏକ ଚିଠି ମିଳିଛି। ରାଜ୍ୟସଭା ମହାନିର୍ଦ୍ଦେଶକ ଏହି ଚିଠିକୁ କାର୍ଯ୍ୟକାରୀ କରିବେ। ରାଜ୍ୟସଭାରେ ଆପ୍ର ୧୦ ସାଂସଦ ଥିବାବେଳେ ଚଢ଼ା ସବୁଠାରୁ କନିଷ୍ଠ।




