ଆପ୍‌ ଯଦି କଂଗ୍ରେସ ସହ ମେଣ୍ଟ କରେ ତେବେ କେଜ୍ରିୱାଲ ୩-୪ ଦିନରେ ଗିରଫ ହେବେ : ଅତିଶୀ

ନୂଆଦିଲ୍ଲୀ: ଆପ୍‌ ନେତ୍ରୀ ଅତିଶୀ ଗୁରୁବାର ଦିନ ଦାବି କରିଛନ୍ତି ଯେ ଆପ୍‌ ଯଦି ଆସନ୍ତା ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ସହ ମେଣ୍ଟ କରିବ ତେବେ ଆଗାମୀ ୩ରୁ ୪ ଦିନ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହେବେ। ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋରଧନ ଦେଇ ଅତିଶୀ କହିଛନ୍ତି, ଆସନ୍ତା ଶନିବାର କିମ୍ବା ରବିବାର ଦିନ ସିବିଆଇ କେଜ୍ରିୱାଲଙ୍କୁ ନୋଟିସ କରିପାରେ। ଆପ୍‌ ଏବଂ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ଚୂଡ଼ାନ୍ତ ପର୍ଯ୍ୟାୟରେ […]

Samaya Live Picture
Published On

ନୂଆଦିଲ୍ଲୀ: ଆପ୍‌ ନେତ୍ରୀ ଅତିଶୀ ଗୁରୁବାର ଦିନ ଦାବି କରିଛନ୍ତି ଯେ ଆପ୍‌ ଯଦି ଆସନ୍ତା ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ସହ ମେଣ୍ଟ କରିବ ତେବେ ଆଗାମୀ ୩ରୁ ୪ ଦିନ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହେବେ। ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋରଧନ ଦେଇ ଅତିଶୀ କହିଛନ୍ତି, ଆସନ୍ତା ଶନିବାର କିମ୍ବା ରବିବାର ଦିନ ସିବିଆଇ କେଜ୍ରିୱାଲଙ୍କୁ ନୋଟିସ କରିପାରେ। ଆପ୍‌ ଏବଂ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଖବର ପ୍ରସାରିତ ହୋଇଥିବାବେଳେ ଆପ୍‌ ନେତାମାନେ ବୁଧବାର ସନ୍ଧ୍ୟାହରେ ଖବର ପାଇଛନ୍ତି ଯେ ଯଦି ଆପ-କଂଗ୍ରେସ ଆସନ ବୁଝାମଣା କରନ୍ତି ତେବେ କେଜ୍ରିୱାଲ ଗିରଫ ହେବେ। ଶନିବାର କିମ୍ବାଳେ ରବିବାର ଦିନ ସିବିଆଇ ମୁଖ୍ୟମନ୍ତ୍ରୀଙ୍କୁ ନୋଟିସ ଜାରି କରିବ ଏବଂ ଏହାପରେ ସେ ଗିରଫ ହେ‌ବେ ବୋଲି ଅତିଶୀ ଦାବି କରିଛନ୍ତି। ଅତିଶୀ କହିଛନ୍ତି କେଜ୍ରିୱାଲ ଗିରଫ ନହେବାର ଏକମାତ୍ର ବାଟ ହେଉଛି ଆପ୍‌ ବିରୋଧୀ ଇଣ୍ଡିଆ ମେଣ୍ଟ ଛାଡ଼ିବ। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀରେ ଆପ ଏବଂ କଂଗ୍ରେସ ମଧ୍ୟ‌ରେ ଆସନ ବୁଝାମଣା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

Tags: