ଆପ୍ ନେତା ଅମନତୁଲ୍ଲା ଖାନଙ୍କ ବାସଭବନରେ ଇଡି ଚଢ଼ଉ
ନୂଆଦିଲ୍ଲୀ : ମନି ଲଣ୍ଡରିଂ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଆଜି ଆପ୍ ନେତା ଅମନତୁଲ୍ଲା ଖାନଙ୍କ ଦିଲ୍ଲୀ ବାସଭବନରେ ଚଢ଼ଉ କରିଛି। ଦିଲ୍ଲୀ ଏସିବି (ଦୁର୍ନୀତି ନିରୋଧ ବ୍ୟୁରୋ) ଏବଂ ସିବିଆଇ (କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ) ଦ୍ବାରା ରୁଜୁ ହୋଇଥିବା ୨ଟି ଏତଲା ଆଧାରରେ ଇଡି ଏହି ଚଢ଼ଉ କରିଛି। ଦିଲ୍ଲୀ ୱାକଫ୍ ବୋର୍ଡ ନିଯୁକ୍ତି ଅନିୟମିତତା ସହ ଉକ୍ତ ମାମଲା ଜଡ଼ିତ। ଖାନ୍ ଦିଲ୍ଲୀ ୱାକଫ ବୋର୍ଡ ଅଧ୍ୟକ୍ଷ ଥିଲେ। ପିଏମଏଲ୍ଏ ଅଧୀନରେ ଇଡି […]
ନୂଆଦିଲ୍ଲୀ : ମନି ଲଣ୍ଡରିଂ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଆଜି ଆପ୍ ନେତା ଅମନତୁଲ୍ଲା ଖାନଙ୍କ ଦିଲ୍ଲୀ ବାସଭବନରେ ଚଢ଼ଉ କରିଛି। ଦିଲ୍ଲୀ ଏସିବି (ଦୁର୍ନୀତି ନିରୋଧ ବ୍ୟୁରୋ) ଏବଂ ସିବିଆଇ (କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ) ଦ୍ବାରା ରୁଜୁ ହୋଇଥିବା ୨ଟି ଏତଲା ଆଧାରରେ ଇଡି ଏହି ଚଢ଼ଉ କରିଛି। ଦିଲ୍ଲୀ ୱାକଫ୍ ବୋର୍ଡ ନିଯୁକ୍ତି ଅନିୟମିତତା ସହ ଉକ୍ତ ମାମଲା ଜଡ଼ିତ। ଖାନ୍ ଦିଲ୍ଲୀ ୱାକଫ ବୋର୍ଡ ଅଧ୍ୟକ୍ଷ ଥିଲେ। ପିଏମଏଲ୍ଏ ଅଧୀନରେ ଇଡି ଦ୍ବାରା ଏହି ଚଢ଼ଉ ହୋଇଛି। ୪୯ ବର୍ଷୀୟ ଅମନତୁଲ୍ଲା ଖାନ୍ ଦିଲ୍ଲୀ ବିଧାନସଭାରେ ଓଖଲା ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ବ କରୁଛନ୍ତି। ଏହି ମାମଲାରେ ସେ ଗତବର୍ଷ ଦିଲ୍ଲୀ ଏସିବି ଦ୍ବାରା ଗିରଫ ହୋଇଥିଲେ ଏବଂ ୨୦୨୨ ସେପ୍ଟେମ୍ବରରେ ତାଙ୍କୁ ଜାମିନ ମିଳିଥିଲା। ଖାନ୍ ଦିଲ୍ଲୀ ୱାକଫ ବୋର୍ଡ ଅଧ୍ୟକ୍ଷ ଥିବାବେଳେ ବେଆଇନ ଭାବେ ୩୨ ଲୋକଙ୍କୁ ନିଯୁକ୍ତି ଦେଇଥିଲେ ବୋଲି ଅଭିଯୋଗ ହୋଇଛି।




