ଆପ୍‌ ଦଳର ମହାରାଲି, ମୋଦୀଙ୍କ ବିରୋଧରେ ବର୍ଷିଲେ କେଜ୍ରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀର ରାମଲିଳା ମଇଦାନରେ ଆଜି ଆପ୍‌ ମହାରାଲି କରିଛି। ଆପ୍‌ ମହାରାଲିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବର୍ଷିଛନ୍ତି। କେନ୍ଦ୍ର ସରକାରଙ୍କ ଅଧ୍ୟା‌ଦେଶ ପ୍ରସଙ୍ଗରେ କେଜ୍ରିୱାଲ ଆଜି ମୋଦୀଙ୍କୁ ସମାଲୋଚନା କରିଛନ୍ତି। କେଜ୍ରିୱାଲ କହିଛନ୍ତି, ମୋଦୀଜୀଙ୍କ ଅଧ୍ୟାଦେଶ କହୁଛି ଦିଲ୍ଲୀରେ ଗଣତନ୍ତ୍ର ରହିବନି ବରଂ ଏକଛତ୍ରବାଦ ରହିବ। ଦିଲ୍ଲୀରେ ପ୍ରଶାସନିକ ସେବା ‌ଉପରେ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟା‌ଦେଶକୁ କେଜ୍ରିୱାଲ ଏକଛତ୍ରବାଦ ଏବଂ ହିଟଲରଶାସନ […]

Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀର ରାମଲିଳା ମଇଦାନରେ ଆଜି ଆପ୍‌ ମହାରାଲି କରିଛି। ଆପ୍‌ ମହାରାଲିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବର୍ଷିଛନ୍ତି। କେନ୍ଦ୍ର ସରକାରଙ୍କ ଅଧ୍ୟା‌ଦେଶ ପ୍ରସଙ୍ଗରେ କେଜ୍ରିୱାଲ ଆଜି ମୋଦୀଙ୍କୁ ସମାଲୋଚନା କରିଛନ୍ତି। କେଜ୍ରିୱାଲ କହିଛନ୍ତି, ମୋଦୀଜୀଙ୍କ ଅଧ୍ୟାଦେଶ କହୁଛି ଦିଲ୍ଲୀରେ ଗଣତନ୍ତ୍ର ରହିବନି ବରଂ ଏକଛତ୍ରବାଦ ରହିବ। ଦିଲ୍ଲୀରେ ପ୍ରଶାସନିକ ସେବା ‌ଉପରେ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟା‌ଦେଶକୁ କେଜ୍ରିୱାଲ ଏକଛତ୍ରବାଦ ଏବଂ ହିଟଲରଶାସନ କହିଛନ୍ତି। କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ଆଜି ଆପ୍‌ ମହାରାଲି କରିଛି। ରାଲିରେ ରାଜ୍ୟସଭା ସାଂସଦ କପିଲ ସିବଲ ମଧ୍ୟ ଯୋଗ ଦେଇଥିଲେ। କେଜ୍ରିୱାଲ କହିଛନ୍ତି, ମୋଦୀଜୀଙ୍କ କଳା ଅଧ୍ୟାଦେଶ କହୂଛି ମୁଁ ଗଣତନ୍ତ୍ରରେ ବିଶ୍ବାସ କ‌ରେନା। ଏବେ ଦିଲ୍ଲୀରେ ଏକଛତ୍ରବାଦ ଚାଲିବ। ଏବେ ଲୋକମାନେ ସର୍ବୋଚ୍ଚ ନୁହନ୍ତି। ଏବେ ଏ୍‌ଲଜି ହେଉଛନ୍ତି ସର୍ବୋଚ୍ଚ।

Tags: