ଆପ୍‌ ଉପରେ ମଧ୍ୟବିତ୍ତ ଖପ୍ପା

ନୂଆଦିଲ୍ଲୀ : ୨୦୧୫ ଏବଂ ୨୦୨୦ ରେ ଦିଲ୍ଲୀ ନିର୍ବାଚନରେ ଆପ୍‌ର ବିପୁଳ ବିଜୟ ସୁନିଶ୍ଚିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦିଲ୍ଲୀର ମଧ୍ୟବିତ୍ତ ଏବଂ ପୂର୍ବାଂଚଳୀ ଭୋଟରମାନେ ଚଳିତ ଥର ବିଜେପି ଆଡକୁ ମୁହାଁଇଛନ୍ତି। ପଶ୍ଚିମ ଦିଲ୍ଲୀ, ପୂର୍ବ ଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ, କେନ୍ଦ୍ରୀୟ ଦିଲ୍ଲୀ ଏବଂ ନୂଆଦିଲ୍ଲୀର ଅଧିକାଂଶ ମଧ୍ୟବିତ୍ତ ଅଧ୍ୟୁଷିତ ଆସନରେ ବିଜେପି ଆଗୁଆ ଥିବା ବେଳେ ପୂର୍ବାଂଚଳୀ ଭୋଟର, ପୂର୍ବ ଉତ୍ତରପ୍ରଦେଶ ଏବଂ ବିହାରର ଲୋକମାନେ ଯେଉଁ ୨୫ଟି ଆସନରେ […]

ଆପ୍‌ ଉପରେ ମଧ୍ୟବିତ୍ତ ଖପ୍ପା
Samaya Live Picture
Published On

ନୂଆଦିଲ୍ଲୀ : ୨୦୧୫ ଏବଂ ୨୦୨୦ ରେ ଦିଲ୍ଲୀ ନିର୍ବାଚନରେ ଆପ୍‌ର ବିପୁଳ ବିଜୟ ସୁନିଶ୍ଚିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦିଲ୍ଲୀର ମଧ୍ୟବିତ୍ତ ଏବଂ ପୂର୍ବାଂଚଳୀ ଭୋଟରମାନେ ଚଳିତ ଥର ବିଜେପି ଆଡକୁ ମୁହାଁଇଛନ୍ତି। ପଶ୍ଚିମ ଦିଲ୍ଲୀ, ପୂର୍ବ ଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ, କେନ୍ଦ୍ରୀୟ ଦିଲ୍ଲୀ ଏବଂ ନୂଆଦିଲ୍ଲୀର ଅଧିକାଂଶ ମଧ୍ୟବିତ୍ତ ଅଧ୍ୟୁଷିତ ଆସନରେ ବିଜେପି ଆଗୁଆ ଥିବା ବେଳେ ପୂର୍ବାଂଚଳୀ ଭୋଟର, ପୂର୍ବ ଉତ୍ତରପ୍ରଦେଶ ଏବଂ ବିହାରର ଲୋକମାନେ ଯେଉଁ ୨୫ଟି ଆସନରେ ନିର୍ବାଚନୀ ପ୍ରଭାବ ରଖିଛନ୍ତି, ସେଠାରେ ବିଜେପି ଆଗୁଆ ରହିଛି।୨୦୨୦ରେ ଶୂନ୍ୟ ଆସନ ଜିତିଥିବା ପଶ୍ଚିମ ଦିଲ୍ଲୀ ଏବଂ ନୂଆଦିଲ୍ଲୀ ଜିଲ୍ଲାରେ ବିଜେପି ସର୍ବାଧିକ ବିଜୟ ହାସଲ କରିଛି। ଦକ୍ଷିଣ ଦିଲ୍ଲୀ ଜିଲ୍ଲାର ୧୫ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ୧୫ଟି ଆସନରୁ ୧୧ଟିରେ ଆଗୁଆ ରହିଛି। ୨୦୨୦ ନିର୍ବାଚନରେ ଆପ୍ ୧୪ଟି ଆସନ ରେ ବିଜୟୀ ହୋଇଥିଲା। ଯଦି ଏହି ଟ୍ରେଣ୍ଡ ଜାରି ରହେ ତେବେ ୨୦୧୫ ଓ ୨୦୨୦ ନିର୍ବାଚନରେ ଯଥାକ୍ରମେ ମାତ୍ର ୩ ଓ ୮ଟି ଆସନ ଜିତିଥିବା ବିଜେପି ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ। ମଧ୍ୟବିତ୍ତ ଶ୍ରେଣୀର ଲୋକ ଚଳିତ ଥର ଆପ୍‌ ଉପରେ ଖପ୍ପା ହୋଇଥିବା ନେଇ ପ୍ରାରମ୍ଭିକ ଟ୍ରେଣ୍ଡ୍‌ରୁ ଜଣାପଡ଼ୁଛି।

Tags: