ଆପ୍‌ରୁ ଇସ୍ତଫା ଦେଲେ ଦିଲ୍ଲୀ ମନ୍ତ୍ରୀ କୈଳାସ ଗେହଲଟ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ବରିଷ୍ଠ ଆପ୍‌ ନେତା ତଥା ଦିଲ୍ଲୀ ମନ୍ତ୍ରୀ କୈଳାସ ଗେହଲଟ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଗେହଲଟଙ୍କ ଏଭଳି ପଦକ୍ଷେପ ଦ୍ବାରା ଆମ୍ ଆଦମୀ ପାର୍ଟିକୁ ବଡ଼ ଝଟକା ଲାଗିଛି। ଦିଲ୍ଲୀର ପରିବହନ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା ଗେହଲଟ ଦିଲ୍ଲୀବାସୀଙ୍କ ସେବା କରିବାର ସୁଯୋଗ ପାଇଥିବାରୁ ଦଳକୁ କୃତଜ୍ଞତା ଜ୍ଞାପନ କରିଥିଲେ ମଧ୍ୟ ଲୋକଙ୍କ ସମସ୍ୟା ପ୍ରତି ଦଳର ଉଦାସୀନତା ଏବଂ ପ୍ରଦୂଷଣଜନିତ ସଙ୍କଟ […]

Samaya Live Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ବରିଷ୍ଠ ଆପ୍‌ ନେତା ତଥା ଦିଲ୍ଲୀ ମନ୍ତ୍ରୀ କୈଳାସ ଗେହଲଟ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଗେହଲଟଙ୍କ ଏଭଳି ପଦକ୍ଷେପ ଦ୍ବାରା ଆମ୍ ଆଦମୀ ପାର୍ଟିକୁ ବଡ଼ ଝଟକା ଲାଗିଛି। ଦିଲ୍ଲୀର ପରିବହନ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା ଗେହଲଟ ଦିଲ୍ଲୀବାସୀଙ୍କ ସେବା କରିବାର ସୁଯୋଗ ପାଇଥିବାରୁ ଦଳକୁ କୃତଜ୍ଞତା ଜ୍ଞାପନ କରିଥିଲେ ମଧ୍ୟ ଲୋକଙ୍କ ସମସ୍ୟା ପ୍ରତି ଦଳର ଉଦାସୀନତା ଏବଂ ପ୍ରଦୂଷଣଜନିତ ସଙ୍କଟ ମୁକାବିଲାରେ ବିଫଳତାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କ ସରକାରୀ ବାସଭବନକୁ ନେଇ ହୋଇଥିବା ବିବାଦ ଓ ଅନ୍ୟ କେତେକ ପ୍ରସଙ୍ଗ ମଧ୍ୟ ସେ ଉତ୍‌ଥାପନ କରିଛନ୍ତି। ଏହା ସହିତ ଆପ୍ ଆବାହକ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଲେଖିଥିବା ଏକ ପୃଥକ ଚିଠିରେ ଲେଖିଛନ୍ତି, ଯଦି ଦିଲ୍ଲୀ ସରକାର କେନ୍ଦ୍ର ସରକାରଙ୍କ ସହ ବିବାଦରେ ଫସି ରହିବେ ତେବେ ଦିଲ୍ଲୀର ପ୍ରକୃତ ପ୍ରଗତି ହୋଇପାରିବ ନାହିଁ। ଆପ୍‌ ଦଳରେ ରହି ଦିଲ୍ଲୀବାସୀଙ୍କ ସେବା କରିବା ସମ୍ଭବ ହେଉନଥିବାରୁ ସେ ଦଳ ଛାଡ଼ିବା ନିଷ୍ପତ୍ତି ନେଲେ ବୋଲି କହିଛନ୍ତି। ଆପ୍‌ରୁ ଦୂରେଇ ଯିବା ଛଡ଼ା ମୋ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ଗେହଲଟ କହିଛନ୍ତି।

Tags: