ଆପ୍‌କୁ ଚ୍ୟାଲେଞ୍ଜ କଲା କଂଗ୍ରେସ, ପ୍ରତି ମହିଳାଙ୍କୁ ଦେବ ୨୫୦୦ ଟଙ୍କା

ନୂଆଦିଲ୍ଲୀ : ଦିଲ୍ଲୀରେ ଦୀର୍ଘ ବର୍ଷ ହେଲା କ୍ଷମତାରୁ ବାହାରେ ଥିବା କଂଗ୍ରେସ ଏଥର ମହିଳା ଭୋଟରଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ଚେଷ୍ଟା କରିଛି। ଏଥିପାଇଁ ଦଳ ପକ୍ଷରୁ ମହିଳାମାନଙ୍କ ପାଇଁ ପ୍ରିୟ ଦିଦି ଯୋଜନା ଲାଗୁ ହେବ ବୋଲି କୁହାଯାଇଛି। ଏହି ଯୋଜନା ଅଧୀନରେ କଂଗ୍ରେସ କ୍ଷମତାକୁ ଆସିବା କ୍ଷଣି ଦିଲ୍ଲୀର ପ୍ରତିଟି ମହିଳାଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ଲେଖାଏ ଦିଆଯିବ। କର୍ଣ୍ଣାଟକାର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏହି ଯୋଜନା ସମ୍ପର୍କରେ ଘୋଷଣା […]

Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀରେ ଦୀର୍ଘ ବର୍ଷ ହେଲା କ୍ଷମତାରୁ ବାହାରେ ଥିବା କଂଗ୍ରେସ ଏଥର ମହିଳା ଭୋଟରଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ଚେଷ୍ଟା କରିଛି। ଏଥିପାଇଁ ଦଳ ପକ୍ଷରୁ ମହିଳାମାନଙ୍କ ପାଇଁ ପ୍ରିୟ ଦିଦି ଯୋଜନା ଲାଗୁ ହେବ ବୋଲି କୁହାଯାଇଛି। ଏହି ଯୋଜନା ଅଧୀନରେ କଂଗ୍ରେସ କ୍ଷମତାକୁ ଆସିବା କ୍ଷଣି ଦିଲ୍ଲୀର ପ୍ରତିଟି ମହିଳାଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ଲେଖାଏ ଦିଆଯିବ। କର୍ଣ୍ଣାଟକାର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏହି ଯୋଜନା ସମ୍ପର୍କରେ ଘୋଷଣା କରିବା ସହ କଂଗ୍ରେସ ଦିଲ୍ଲୀରେ ନିଶ୍ଚିତ ଭାବେ କ୍ଷମତା ଦଖଲ କରିବ ବୋଲି କହିଛନ୍ତି। ସେ କହିଛନ୍ତି, “ଆମେ ଦିଲ୍ଲୀରେ ସରକାର ଗଠନ କରିବା ମାତ୍ରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବୁ। ପ୍ରଥମ କ୍ୟାବିନେଟରେ ଏହି ଯୋଜନା ଉପରେ ମୋହର ଲାଗିକ। କର୍ଣ୍ଣାଟକା ଭଳି ଦିଲ୍ଲୀରେ ମହିଳାମାନଙ୍କୁ ଆମେ ମାସିକ ୨୫୦୦ ଟଙ୍କା ଲେଖାଏ ଦେବୁ।

Tags: