ଆପରାଧିକ ଆଇନକୁ କିଛି କମ୍ ଭାବିବା ଉଚିତ ନୁହେଁ : ସିଜେଆଇ
ନୂଆଦିଲ୍ଲୀ: ଆପରାଧିକ ଆଇନର ଗୁରୁତ୍ବ ସଂକ୍ରାନ୍ତରେ ସୂଚନା ଦେଇ ପ୍ରଧାନ ବିଚାରପତି ସଂଜୀବ ଖାନ୍ନା କହିଛନ୍ତି, ସମାଜରେ ଆପରାଧିକ ଆଇନକୁ କିଛି କମ୍ ଭାବିବା ଉଚିତ ନୁହେଁ ଏବଂ ଯୁବ ଆଇନଜୀବୀମାନେ ପ୍ରଥମ ପସନ୍ଦରେ ଆପରାଧିକ ଆଇନ ସମ୍ପର୍କିତ ମାମଲା ପରିଚାଳନା କରିବା ଉଚିତ। ‘ରତନଲାଲ୍ ଆଣ୍ଡ୍ ଧୀରଜଲାଲ୍’ ‘ଲ ଅଫ୍ କ୍ରାଇମ୍ସ : ଏ କମ୍ପପ୍ରହେନସିଭ୍ କମେଣ୍ଟାରି ଅନ୍ ଭାରତୀୟ ନ୍ୟାୟ ସଂହିତା ୨୦୨୩’ର ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନ ବିଚାରପତି ସଂଜୀବ ଖାନ୍ନା […]
ନୂଆଦିଲ୍ଲୀ: ଆପରାଧିକ ଆଇନର ଗୁରୁତ୍ବ ସଂକ୍ରାନ୍ତରେ ସୂଚନା ଦେଇ ପ୍ରଧାନ ବିଚାରପତି ସଂଜୀବ ଖାନ୍ନା କହିଛନ୍ତି, ସମାଜରେ ଆପରାଧିକ ଆଇନକୁ କିଛି କମ୍ ଭାବିବା ଉଚିତ ନୁହେଁ ଏବଂ ଯୁବ ଆଇନଜୀବୀମାନେ ପ୍ରଥମ ପସନ୍ଦରେ ଆପରାଧିକ ଆଇନ ସମ୍ପର୍କିତ ମାମଲା ପରିଚାଳନା କରିବା ଉଚିତ। ‘ରତନଲାଲ୍ ଆଣ୍ଡ୍ ଧୀରଜଲାଲ୍’ ‘ଲ ଅଫ୍ କ୍ରାଇମ୍ସ : ଏ କମ୍ପପ୍ରହେନସିଭ୍ କମେଣ୍ଟାରି ଅନ୍ ଭାରତୀୟ ନ୍ୟାୟ ସଂହିତା ୨୦୨୩’ର ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନ ବିଚାରପତି ସଂଜୀବ ଖାନ୍ନା ଏହି ଟିପ୍ପଣୀ ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟ ଅଡିଟୋରିୟମରେ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଧାନ ବିଚାରପତି ୟୁ ୟୁ ଲଳିତ, ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ଏଟର୍ଣ୍ଣି ଜେନେରାଲ୍ ଆର୍ ଭେଙ୍କଟରମଣୀ ଏବଂ ସୁପ୍ରିମକୋର୍ଟ ଓ ହାଇକୋର୍ଟର ଅନ୍ୟ ବିଚାରପତିମାନେ ଉପସ୍ଥିତ ଥିଲେ। ସିଜେଆଇ ଖାନ୍ନା କହିଛନ୍ତି, ଗିରଫ ଏବଂ ଅଟକ ପ୍ରସଙ୍ଗ ଆସିଲେ ଆପରାଧିକ ଆଇନ ସିଧାସଳଖ ବ୍ୟକ୍ତି ସ୍ବାଧୀନତା ଏବଂ ସାମାଜିକ ସଂହତିକୁ ପ୍ରଭାବିତ କରିଥାଏ। ଆଇନ ବୃତ୍ତିରେ ନୂଆ କରି ପାଦ ଥାପୁଥିବା ଅନେକ ଯୁବ ଆଇନଜୀବୀ ଆପରାଧିକ ମାମଲା ପରିଚାଳନା କରିବାପାଇଁ ଚାହୁନାହାନ୍ତି। ସିଜେଆଇ କହିଛନ୍ତି, ଜିଲ୍ଲା କୋର୍ଟ ଗୁଡ଼ିକରେ ଅଧିକାଂଶ ମାମଲା ହେଉଛି ଆପରାଧିକ ମାମଲା। ଆମେ ଆପରାଧିକ ଆଇନର ଗୁରୁତ୍ବକୁ କିଛି କମ୍ ଭାବିବା ଉଚିତ ନୁହେଁ କି ଏହାକୁ ଅଣଦେଖା କରିବା ଉଚିତ ନୁହେଁ। ତେଣୁ ମୁଁ ଆଶା ଏବଂ ବିଶ୍ବାସ କରୁଛି ଯେ ଅଧିକରୁ ଅଧିକ ଯୁବପିଢ଼ି ଆପରାଧିକ ଆଇନକୁ ଦ୍ବିତୀୟ କିମ୍ବା ବାଧ୍ୟବାଧକରେ ନୁହେଁ ବରଂ ସେମାନଙ୍କ ପ୍ରଥମ ପସନ୍ଦରେ ରଖିବା ଉଚିତ।




