ଆପଣମାନଙ୍କ ସେବା ପାଇଁ ଜନ୍ମ ହୋଇଛି : ମୋଦୀ

ନୂଆଦିଲ୍ଲୀ : ଛତିଶଗଡ଼ରେ ଆଜି ପ୍ରଥମ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ଜାରି ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରଚାର ଜାରି ରଖିଛନ୍ତି। ମୋଦୀ ଛତିଶଗଡ଼ରେ ଏକ ନିର୍ବାଚନ ରାଲିରେ ଉଦ୍ବୋଧନ ଦେଇ କହିଛନ୍ତି, ଆପଣମାନଙ୍କ ସେବାପାଇଁ ମୁଁ ଜନ୍ମ ହୋଇଛି ଏବଂ ଆପଣଙ୍କ ସେବା କରିବାର କାମ ଆପଣମାନେ ମତେ ଦେଇଛନ୍ତି। କଂଗ୍ରେସ ଉପରେ ବର୍ଷି ମୋଦୀ କହିଛନ୍ତି, କଂଗ୍ରେସ ଛତିଶଗଡ଼ରେ ମାଓବାଦୀଙ୍କ କାର୍ଯ୍ୟକଳାପ ବନ୍ଦ କରିବାରେ ବିଫଳ ହୋଇଛି। ଯେତେବଳେ […]

Samaya Live Picture
Published On

ନୂଆଦିଲ୍ଲୀ : ଛତିଶଗଡ଼ରେ ଆଜି ପ୍ରଥମ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ଜାରି ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରଚାର ଜାରି ରଖିଛନ୍ତି। ମୋଦୀ ଛତିଶଗଡ଼ରେ ଏକ ନିର୍ବାଚନ ରାଲିରେ ଉଦ୍ବୋଧନ ଦେଇ କହିଛନ୍ତି, ଆପଣମାନଙ୍କ ସେବାପାଇଁ ମୁଁ ଜନ୍ମ ହୋଇଛି ଏବଂ ଆପଣଙ୍କ ସେବା କରିବାର କାମ ଆପଣମାନେ ମତେ ଦେଇଛନ୍ତି। କଂଗ୍ରେସ ଉପରେ ବର୍ଷି ମୋଦୀ କହିଛନ୍ତି, କଂଗ୍ରେସ ଛତିଶଗଡ଼ରେ ମାଓବାଦୀଙ୍କ କାର୍ଯ୍ୟକଳାପ ବନ୍ଦ କରିବାରେ ବିଫଳ ହୋଇଛି। ଯେତେବଳେ ବି କଂଗ୍ରେସ କ୍ଷମତାକୁ ଆସିଛି ସେତେବେଳେ ମାଓବାଦୀ ଏବଂ ଆତଙ୍କବାଦୀଙ୍କ ସାହସ ବଢ଼ିଛି। ମାଓ ହିଂସାକୁ ନିୟନ୍ତ୍ରଣ କରିବାରେ କଂଗ୍ରେସ ସରକାର ବିଫଳ ହୋଇଛି। ନିକଟରେ ଅନେକ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଛି ବୋଲି ମୋଦୀ କହିଛନ୍ତି। ଆଦିବାସୀ ପରିବାରରୁ ଅନେକ ଝିଅ ନିଂଖୋଜ ହୋଇଯାଇଛନ୍ତି। କଂଗ୍ରେସର ତୁଷ୍ଠିକରଣ ରାଜନୀତି ପାଇଁ ଛତିଶଗଡ଼ର ସୁରଗୁଜା ଅଞ୍ଚଳରେ ଉତ୍ସବ ମନାଇବା କଷ୍ଟଦାୟକ ହୋଇଯାଇଛି ବୋଲି ମୋଦୀ କହିଛନ୍ତି।

Tags: