ଆନ୍ଧ୍ରର ଏସ୍ଭିଆଇଏମ୍ଏସ୍ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ରୋଗୀଙ୍କ ଆକ୍ରମଣ
ତିରୁପତି: ତିରୁପତିର ଶ୍ରୀଭେଙ୍କଟେଶ୍ୱର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (ଏସ୍ଭିଆଇଏମ୍ଏସ୍)ରେ ଜଣେ କନିଷ୍ଠ ମହିଳା ଡାକ୍ତରଙ୍କୁ ଜଣେ ରୋଗୀ ଆକ୍ରମଣ କରିଛନ୍ତି। ହସ୍ପିଟାଲର ସିସିଟିଭି କ୍ୟାମେରାରେ ଏହି ଘଟଣା କଏଦ ହୋଇଛି। ସିସିଟିଭି ଫୁଟେଜରେ ରୋଗୀ ଜଣକ ଡାକ୍ତରଙ୍କ କେଶ ଧରି ଡାକ୍ତରଖାନା ବେଡ୍ର ଷ୍ଟିଲ୍ ଫ୍ରେମ୍ରେ ମୁଣ୍ଡକୁ ପିଟିଦେଉଥିବା ଦେଖିବାକୁ ମିଳିଛି। ୱାର୍ଡର ଅନ୍ୟ ଡାକ୍ତରମାନେ ନିଜ ସହକର୍ମୀଙ୍କ ସହାୟତା ପାଇଁ ଦୌଡ଼ି ଆସିଥିଲେ। ସେମାନେ ଆକ୍ରମଣକାରୀଙ୍କୁ କାବୁ କରିଥିଲେ। ମହିଳା ଡାକ୍ତର ଜଣକ ଆହତ […]
ତିରୁପତି: ତିରୁପତିର ଶ୍ରୀଭେଙ୍କଟେଶ୍ୱର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (ଏସ୍ଭିଆଇଏମ୍ଏସ୍)ରେ ଜଣେ କନିଷ୍ଠ ମହିଳା ଡାକ୍ତରଙ୍କୁ ଜଣେ ରୋଗୀ ଆକ୍ରମଣ କରିଛନ୍ତି। ହସ୍ପିଟାଲର ସିସିଟିଭି କ୍ୟାମେରାରେ ଏହି ଘଟଣା କଏଦ ହୋଇଛି। ସିସିଟିଭି ଫୁଟେଜରେ ରୋଗୀ ଜଣକ ଡାକ୍ତରଙ୍କ କେଶ ଧରି ଡାକ୍ତରଖାନା ବେଡ୍ର ଷ୍ଟିଲ୍ ଫ୍ରେମ୍ରେ ମୁଣ୍ଡକୁ ପିଟିଦେଉଥିବା ଦେଖିବାକୁ ମିଳିଛି। ୱାର୍ଡର ଅନ୍ୟ ଡାକ୍ତରମାନେ ନିଜ ସହକର୍ମୀଙ୍କ ସହାୟତା ପାଇଁ ଦୌଡ଼ି ଆସିଥିଲେ। ସେମାନେ ଆକ୍ରମଣକାରୀଙ୍କୁ କାବୁ କରିଥିଲେ। ମହିଳା ଡାକ୍ତର ଜଣକ ଆହତ ହୋଇଥିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା କରାଯାଇଥିଲା। ଆକ୍ରମଣର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଏହାକୁ ନେଇ ଡାକ୍ତରୀ ସମୁଦାୟ ଓ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣା ପରେ ହସ୍ପିଟାଲର ଡାକ୍ତର ଓ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରି ସେମାନଙ୍କ ସୁରକ୍ଷା ପାଇଁ କଠୋର ପଦକ୍ଷେପ ନେବାକୁ ଦାବି କରିଛନ୍ତି।




