ଆନ୍ଧ୍ରରେ ପୁଅ ହେଲେ ଗାଈ, ଝିଅ ହେଲେ ୫୦,୦୦୦ ଟଙ୍କା ମିଳିବ !
ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଲୋକସଭା ସାଂସଦ କାଲିସେଟି ଆପ୍ପାଲା ନାଇଡୁ ମହିଳାମାନଙ୍କୁ ତୃତୀୟ ସନ୍ତାନ ଜନ୍ମ କରିବାକୁ ଉତ୍ସାହିତ ଏବଂ ପ୍ରଲୋଭିତ କରିଛନ୍ତି। ତୃତୀୟ ସନ୍ତାନ କନ୍ୟା ହେଲେ ୫୦,୦୦୦ ଟଙ୍କା ଏବଂ ପୁଅ ହେଲେ ଗୋଟିଏ ଗାଈ ଦିଆଯିବ ବୋଲି ସେ କହିଛନ୍ତି। ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ତଥା ଦ୍ବିତୀୟ ଜନବହୁଳ ଦେଶ ଭାରତରେ ଜନସଂଖ୍ୟା ବୃଦ୍ଧିର ଆବଶ୍ୟକତା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି। କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ସହ ମେଣ୍ଟ କରିଥିବା […]
ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଲୋକସଭା ସାଂସଦ କାଲିସେଟି ଆପ୍ପାଲା ନାଇଡୁ ମହିଳାମାନଙ୍କୁ ତୃତୀୟ ସନ୍ତାନ ଜନ୍ମ କରିବାକୁ ଉତ୍ସାହିତ ଏବଂ ପ୍ରଲୋଭିତ କରିଛନ୍ତି। ତୃତୀୟ ସନ୍ତାନ କନ୍ୟା ହେଲେ ୫୦,୦୦୦ ଟଙ୍କା ଏବଂ ପୁଅ ହେଲେ ଗୋଟିଏ ଗାଈ ଦିଆଯିବ ବୋଲି ସେ କହିଛନ୍ତି। ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ତଥା ଦ୍ବିତୀୟ ଜନବହୁଳ ଦେଶ ଭାରତରେ ଜନସଂଖ୍ୟା ବୃଦ୍ଧିର ଆବଶ୍ୟକତା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି। କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ସହ ମେଣ୍ଟ କରିଥିବା ଶାସକ ତେଲୁଗୁ ଦେଶମ୍ ପାର୍ଟିର ଜଣେ ସାଂସଦଙ୍କ ଏପରି ଅଦ୍ଭୁତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ପ୍ରଶଂସା କରିଛନ୍ତି। ଶନିବାର ଶ୍ରୀ ଆପ୍ପାଲା ନାଇଡୁଙ୍କ ନିର୍ବାଚନ ମଣ୍ଡଳୀ ବିଜୟନଗରମ୍ରେ ଏକ ସାଧାରଣ ସଭାରେ ଏହି ‘ଅଫର’ ଦେଇଛନ୍ତି। ବର୍ତ୍ତମାନର ଜନସଂଖ୍ୟା ତଥ୍ୟ ଆଧାରରେ ନିର୍ବାଚନ ମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟାକୁ ନେଇ କେନ୍ଦ୍ର ଓ ତାମିଲନାଡୁ ନେତୃତ୍ୱାଧୀନ ଦକ୍ଷିଣ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି। ଦକ୍ଷିଣ ରାଜ୍ୟଗୁଡ଼ିକ ଯୁକ୍ତି ବାଢ଼ିଛନ୍ତି ଯେ ସେମାନେ କମ୍ ଆସନ ପାଇବେ କାରଣ ସେମାନେ ଉତ୍ତର ରାଜ୍ୟଗୁଡ଼ିକ ତୁଳନାରେ ସେମାନେ ଜନସଂଖ୍ୟା ବୃଦ୍ଧିକୁ ଭଲ ଭାବେ ନିୟନ୍ତ୍ରଣ କରିଛନ୍ତି। ଉଦାହରଣ ସ୍ୱରୂପ, ତାମିଲନାଡୁରେ ଏବେ ୩୯ଟି ଆସନ ରହିଛି, ଯାହା କି ମୋଟ ଆସନର ୭.୨ ପ୍ରତିଶତ। କିନ୍ତୁ ନୂତନ ଜନସଂଖ୍ୟା ଭିତ୍ତିକ ସୀମା ନିର୍ଦ୍ଧାରଣ ହେଲେ ରାଜ୍ୟକୁ ସାମଗ୍ରିକ ଭାବେ କମ୍ ସିଟ୍ ମିଳିବ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ଏହି ପ୍ରସଙ୍ଗକୁ ଏବେ ସାମ୍ନାକୁ ଆଣିବା ସହ ଲଢ଼େଇର ନେତୃତ୍ୱ ନେଉଛନ୍ତି। ୨୦୦୦ ମସିହାରେ ବିଜେପିର ଅଟଳ ବିହାରୀ ବାଜପେୟୀ ଦେଇଥିବା ପ୍ରତିଶ୍ରୁତିକୁ ମଧ୍ୟ ମୋଦୀଙ୍କୁ ମନେ ପକାଇ ଦିଆଯାଇଥିଲା ଯିଏ ୧୯୭୧ ଜନସଂଖ୍ୟା ତଥ୍ୟ ଆଧାରରେ ସୀମା ନିର୍ଦ୍ଧାରଣ କରାଯିବ ବୋଲି କହିଥିଲେ।




