ଆନ୍ଧ୍ରପ୍ରଦେଶରେ ବାସି ଖାଦ୍ୟ ଖାଇ ୪ ଶିଶୁଙ୍କ ମୃତ୍ୟୁ

ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶ ଅନକାପଲ୍ଲି ଜିଲ୍ଲା ଅଧୀନସ୍ଥ କୈଳାସପଟନମ ଗ୍ରାମ‌ରେ ଥିବା ଏକ ଅନାଥଆଶ୍ରମରେ ବାସି ବିଷାକ୍ତ ଖାଦ୍ୟ ଖାଇ ୪ ଜଣ ଶିଶୁଙ୍କର ମୃତ୍ୟୁ ହୋଇଯାଇଛି। ମୃତ ଶିଶୁମାନଙ୍କ ବୟସ ୮ରୁ ୯ ବର୍ଷ ମଧ୍ୟ‌ରେ। ସେମାନେ ହେଉଛନ୍ତି ଜଶୁବା, ଭବାନୀ, ନିତ୍ୟା ଏବଂ ଶ୍ରଦ୍ଧା। ଆହୁରି ୨୪ ଜଣ ଶିଶୁ ଅସୁସ୍ଥ ଅଛନ୍ତି, ସେମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଅଧିକ ଭଲ ଚିକିତ୍ସା […]

Samaya Live Picture
Published On

ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶ ଅନକାପଲ୍ଲି ଜିଲ୍ଲା ଅଧୀନସ୍ଥ କୈଳାସପଟନମ ଗ୍ରାମ‌ରେ ଥିବା ଏକ ଅନାଥଆଶ୍ରମରେ ବାସି ବିଷାକ୍ତ ଖାଦ୍ୟ ଖାଇ ୪ ଜଣ ଶିଶୁଙ୍କର ମୃତ୍ୟୁ ହୋଇଯାଇଛି। ମୃତ ଶିଶୁମାନଙ୍କ ବୟସ ୮ରୁ ୯ ବର୍ଷ ମଧ୍ୟ‌ରେ। ସେମାନେ ହେଉଛନ୍ତି ଜଶୁବା, ଭବାନୀ, ନିତ୍ୟା ଏବଂ ଶ୍ରଦ୍ଧା। ଆହୁରି ୨୪ ଜଣ ଶିଶୁ ଅସୁସ୍ଥ ଅଛନ୍ତି, ସେମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଅଧିକ ଭଲ ଚିକିତ୍ସା ପାଇଁ କିଙ୍ଗ୍‌ ଜର୍ଜ‌୍ ହସ୍ପିଟାଲ୍‌ ପଠାଯାଇଛି ବୋଲି ଅନକପାଲ୍ଲି ଜିଲ୍ଲାପାଳ ବିଜୟ କ୍ରୀଷ୍ଣନ୍‌ କହିଛନ୍ତି। ସଂଖ୍ୟାଲଘୁ ଅନୁଷ୍ଟାନ ଆରାଧନା ଟ୍ରଷ୍ଟ୍‌ ଦ୍ବାରା ଏହି ଅନାଥଆଶ୍ରମ ଚାଲିଥିଲା। ମିଳିଥିବା ସୂଚନାନୁଯାୟୀ ଶିଶୁମାନଙ୍କୁ ପୂର୍ବ ଦିନ ବିରିୟାନି, ସମୋସା ଏବଂ ଚକୋଲେଟ୍‌ ଖାଇବାକୁ ଦିଆଯାଇଥିଲା। ପରଦିନ କିଛି ପିଲା ବାସି ବିରିୟାନି ଖାଇଥିଲେ। ଏଥି ପାଇଁ ସେମାନଙ୍କର ଫୁଡ୍‌ ପଏଜନ୍‌ ହୋଇଥିବା କୁହାଯାଉଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଘଟଣା ସଂକ୍ରାନ୍ତରେ ବିସ୍ତୃତ ରିପୋର୍ଟ ଦାଖଲ ପାଇଁ ଜିଲ୍ଲାପାଳଙ୍କୁ କହିଛନ୍ତି।

Tags: