ଆନ୍ଧ୍ରପ୍ରଦେଶରେ ଟିଡିପି ଅଫିସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ : ରବିବାର ଦିନ ଆନ୍ଧ୍ରପ୍ରଦେଶରେ ଦୁର୍ବୃତ୍ତମାନେ ଏକ ଟିଡିପି (ତେଲୁଗୁ ଦେଶମ ପାର୍ଟି) ଅଫିସରେ ନିଆଁ ଲଗାଇ ଦେଇଥିଲେ। ଟିଡିପି ମୁଖ୍ୟ ଏବଂ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡ଼ୁ ପେଦାକୁରାପଡ଼ୁରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପରେ ଏହି ଘଟଣା ଘଟିଛି। ତେବେ ଟିଡିପି ଉକ୍ତ ଘଟଣା ପାଇଁ ଶାସକ ୱାଇଏସଆର କଂଗ୍ରେସ ପାର୍ଟିକୁ ଦାୟୀ କରିଛି। ଉକ୍ତ ଘଟଣା ପଛରେ ୱାଇଏସଆର ପାର୍ଟିର ପ୍ରତିଶୋଧମୂଳକ ରାଜନୀତି ରହିଛି ବୋଲି ଟିଡିପି ଦାବି କରିଛି। […]

Samaya Live Picture
Published On

ନୂଆଦିଲ୍ଲୀ : ରବିବାର ଦିନ ଆନ୍ଧ୍ରପ୍ରଦେଶରେ ଦୁର୍ବୃତ୍ତମାନେ ଏକ ଟିଡିପି (ତେଲୁଗୁ ଦେଶମ ପାର୍ଟି) ଅଫିସରେ ନିଆଁ ଲଗାଇ ଦେଇଥିଲେ। ଟିଡିପି ମୁଖ୍ୟ ଏବଂ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡ଼ୁ ପେଦାକୁରାପଡ଼ୁରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପରେ ଏହି ଘଟଣା ଘଟିଛି। ତେବେ ଟିଡିପି ଉକ୍ତ ଘଟଣା ପାଇଁ ଶାସକ ୱାଇଏସଆର କଂଗ୍ରେସ ପାର୍ଟିକୁ ଦାୟୀ କରିଛି। ଉକ୍ତ ଘଟଣା ପଛରେ ୱାଇଏସଆର ପାର୍ଟିର ପ୍ରତିଶୋଧମୂଳକ ରାଜନୀତି ରହିଛି ବୋଲି ଟିଡିପି ଦାବି କରିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଅଫିସକୁ ସମ୍ପୂର୍ଣ୍ଣ ଭାବେ ଜାଳି ଦିଆଯାଇଛି। ଟିଡିପି ନେବା ଏବଂ ପେଦାକୁରାପଦୁ ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଭାଶ୍ୟମ ପ୍ରବୀଣ ଉକ୍ତ ଘଟଣା ସ୍ଥଳକୁ ଯାଇଥିଲେ ଏବଂ ସ୍ଥିତି ସମୀକ୍ଷା କରିଥିଲେ।

Tags: