ଆନନ୍ଦ ମୋହନ ଜେଲ୍ରୁ ମୁକୁଳିବାକୁ ନେଇ ନୀତୀଶଙ୍କ ଉପରେ ବର୍ଷିଲେ ସୁଶୀଲ କୁମାର ମୋଦୀ
ପାଟନା : ବିହାର ଡନ୍ ତଥା ପୂର୍ବତନ ସାଂସଦ ଆନନ୍ଦ ମୋହନକୁ ଜେଲ୍ରୁ ମୁକୁଳାଇବା ବିଷୟକୁ ନେଇ ବିହାର ମହାମେଣ୍ଟ ଏବଂ ବିରୋଧୀ ବିଜେପି ମଧ୍ୟରେ ତୀବ୍ର ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଆନନ୍ଦ ମୋହନ ଏବେ ପାରୋଲ୍ରେ ନିଜ ପୁଅର ଏନଗେଜମେଣ୍ଟ ପାଇଁ ବାହାରକୁ ଆସିଥିଲା। ଗୁରୁବାର ଦିନ ସେ ବିଧିବଦ୍ଧ ଭାବେ ଜେଲ୍ରୁ ବାହାରିବ। ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ଉକ୍ତ ପ୍ରସଙ୍ଗରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରକୁ ବର୍ଷିଛନ୍ତି। […]
ପାଟନା : ବିହାର ଡନ୍ ତଥା ପୂର୍ବତନ ସାଂସଦ ଆନନ୍ଦ ମୋହନକୁ ଜେଲ୍ରୁ ମୁକୁଳାଇବା ବିଷୟକୁ ନେଇ ବିହାର ମହାମେଣ୍ଟ ଏବଂ ବିରୋଧୀ ବିଜେପି ମଧ୍ୟରେ ତୀବ୍ର ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଆନନ୍ଦ ମୋହନ ଏବେ ପାରୋଲ୍ରେ ନିଜ ପୁଅର ଏନଗେଜମେଣ୍ଟ ପାଇଁ ବାହାରକୁ ଆସିଥିଲା। ଗୁରୁବାର ଦିନ ସେ ବିଧିବଦ୍ଧ ଭାବେ ଜେଲ୍ରୁ ବାହାରିବ। ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ଉକ୍ତ ପ୍ରସଙ୍ଗରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରକୁ ବର୍ଷିଛନ୍ତି। ନୀତୀଶ କୁମାର ତାଙ୍କ ମେଣ୍ଟ ସହଯୋଗୀ ଆରଜେଡି ହାତର ଖେଳନା ହୋଇଯାଇଛନ୍ତି ବୋଲି ସୁଶୀଲ କୁମାର ମୋଦୀ କହିଛନ୍ତି। ସୁଶୀଲ ମୋଦୀ ଦାବି କରିଛନ୍ତି ଯେ ରାଜ୍ୟ ସରକାର କୁ୍ଖ୍ୟାତ ଅପରାଧୀମାନଙ୍କୁ ଜେଲରୁ ମୁକୁଳାଇଛନ୍ତି। ବିଜେପି ଶାସନ ଅଧୀନରେ ଅପରାଧୀମାନେ ଉତ୍ତରପ୍ରଦେଶ ଛାଡ଼ି ପଳାଉଛନ୍ତି କିନ୍ତୁ ନୀତୀଶ ବିହାରରେ ଅପରାଧିମାନଙ୍କୁ ସୁରକ୍ଷିତ ଆଶ୍ରୟ ଦେଉଛନ୍ତି। ଅନ୍ୟପକ୍ଷେ ଜେଡିୟୁ ମୁଖ୍ୟ ଲଳନ ସିଂହ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିହାର ସରକାର ନିକଟରେ ଜେଲ୍ ନିୟମରେ ପରିବର୍ତ୍ତନ ଆଣିବାଦ୍ବାରା ଆନନ୍ଦ ମୋହନ ଜେଲ୍ରୁ ମୁକୁଳିଛି। ୧୯୯୪ରେ ଗୋପାଳଗଂଜ ଜିଲ୍ଲାପାଳ ଜି କ୍ରିଷ୍ଣେୟାଙ୍କ ହତ୍ୟା ମାମଲାରେ ଆନନ୍ଦ ମୋହନକୁ ପ୍ରଥମେ ମୃତ୍ୟୁଦଣ୍ଡ ହୋଇଥିଲା। ପରେ ତା’ର ଏହି ଦଣ୍ଡକୁ କୋହଳ କରି ତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଗୋପାଳଗଂଜ ଜିଲ୍ଲାପାଳଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ଆନନ୍ଦ ମୋହନର ଏହି ଘଟଣାରେ ସମ୍ପୃକ୍ତି ଥିଲା। ଆନନ୍ଦ ମୋହନ ନେତୃତ୍ବରେ କିଛି ବିଶୃଙ୍ଖଳ ଜନତା ଗୋପାଳଗଂଜ ଜିଲ୍ଲାପାଳଙ୍କୁ ଢେଲା ପଥର ମାଡ଼ କରି ହତ୍ୟା କରିଥିଲେ।




