ଆଦିତ୍ୟ-ଏଲ୍୧ର ସଫଳ ଉତ୍କ୍ଷେପଣ
ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ସଫଳତା ପରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ବହୁ ପ୍ରତୀକ୍ଷିତ ସୌର ମିସନ ଆରମ୍ଭ ହୋଇଛି। ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଆଜି ପୂର୍ବାହ୍ନ ୧୧ଟା ୫୦ ମିନିଟରେ ଆଦିତ୍ୟ-ଏଲ୍ ୧କୁ ମହାକାଶକୁ ସଫଳ ଉତ୍କ୍ଷେପଣ କରାଯାଇଛି। ଆଦିତ୍ୟ- ଏଲ୍୧ ଇସ୍ରୋର ସବୁଠୁ ଭରସାଯୋଗ୍ୟ ରକେଟ୍ ପିଏସ୍ଏଲ୍ଭି-ସି୫୭ ଜରିଆରେ ପୃଥିବୀର ନିମ୍ନ କକ୍ଷପଥରେ ଛଡ଼ାଯାଇଛି। ଏଥିପାଇଁ ପୂର୍ବରୁ ଲଞ୍ଚ ରିହର୍ସାଲ ଶେଷ ହୋଇଥିଲା। ମହାକାଶର ଏଲ୍-୧ ବା ଲାଗ୍ରାଞ୍ଜ […]
ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ସଫଳତା ପରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ବହୁ ପ୍ରତୀକ୍ଷିତ ସୌର ମିସନ ଆରମ୍ଭ ହୋଇଛି। ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଆଜି ପୂର୍ବାହ୍ନ ୧୧ଟା ୫୦ ମିନିଟରେ ଆଦିତ୍ୟ-ଏଲ୍ ୧କୁ ମହାକାଶକୁ ସଫଳ ଉତ୍କ୍ଷେପଣ କରାଯାଇଛି। ଆଦିତ୍ୟ- ଏଲ୍୧ ଇସ୍ରୋର ସବୁଠୁ ଭରସାଯୋଗ୍ୟ ରକେଟ୍ ପିଏସ୍ଏଲ୍ଭି-ସି୫୭ ଜରିଆରେ ପୃଥିବୀର ନିମ୍ନ କକ୍ଷପଥରେ ଛଡ଼ାଯାଇଛି। ଏଥିପାଇଁ ପୂର୍ବରୁ ଲଞ୍ଚ ରିହର୍ସାଲ ଶେଷ ହୋଇଥିଲା। ମହାକାଶର ଏଲ୍-୧ ବା ଲାଗ୍ରାଞ୍ଜ ପଏଣ୍ଟ୍-୧ରେ ଏହି ଯାନ ଠିକ୍ ୧୨୭ ଦିନ ପରେ ପହଞ୍ଚିବ। ସେଠାରେ ଅବସ୍ଥାପିତ ହୋଇ ଏହା ପୃଥିବୀକୁ ସୂର୍ଯ୍ୟ ସଂପର୍କରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିବ।
ମିସନ ଲଞ୍ଚ ପୂର୍ବରୁ ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଛନ୍ତି, ଏଥିପାଇଁ ଆମେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଦୂରତା ପ୍ରାୟ ୧୫ କୋଟି କିଲୋମିଟର। ଏଲ୍-୧ ପଏଣ୍ଟ ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ପୃଥିବୀଠାରୁ ୧ ପ୍ରତିଶତ ଦୂରରେ ଅବସ୍ଥିତ। ଅର୍ଥାତ ୧୫ ଲକ୍ଷ କିଲୋମିଟର ଦୂରରେ ଏହି ଯାନ ଅବସ୍ଥାପିତ ହେବ। ସୂର୍ଯ୍ୟ ସଂପର୍କରେ ଗବେଷଣା କରିବାରେ ଆଦିତ୍ୟ-ଏଲ୍୧ ଇସ୍ରୋର ପ୍ରଥମ ମିସନ। ଇସ୍ରୋର ଏହି ସୌର ମିସନ୍ ଉପରେ ସାରା ବିଶ୍ବର ନଜର ରହିଛି। ସୌରଯାନ ସମ୍ପୂର୍ଣ୍ଣରୂପେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି ।




