ଆତ୍ମହତ୍ୟା ପୂର୍ବରୁ ଯାଦବପୁର ଛାତ୍ର ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ, ଉଲଗ୍ନ କରି ହଷ୍ଟେଲ୍ କରିଡରରେ ଚଲାଯାଇଥିଲା
କୋଲକାରା : ଯାଦବପୁର ବିଶ୍ବବିଦ୍ୟାଳୟର ଜଣେ ଛାତ୍ର ନିକଟରେ ବିଶ୍ବବିଦ୍ୟାଳୟ ହଷ୍ଟେଲ ବାଲକୋନିରୁ ଡେଇଁ ଆତ୍ମହତ୍ୟା କରିଦେଇଥିଲେ। ତେବେ କୋଲକାତା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଉକ୍ତ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିବାପାଇଁ ବାଧ୍ୟ ହୋଇଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କୁ ଯୌନ ଉତ୍ପୀଡ଼ନ ଦିଆଯାଇଛି ଏବଂ ଉଲଗ୍ନ କରି ହଷ୍ଟେଲ୍ କରିଡରରେ ଚଲାଯାଇଛି। ଉକ୍ତ ଛାତ୍ରଙ୍କୁ ଅତି ଭୀଷଣ ଭାବେ ରାଗିଂ କରାଯାଇଥିଲା ଏବଂ ଯୌନ ଉତ୍ପୀଡଡ଼ ଦିଆଯାଇଥିଲା ବୋଲି ଜଣେ ବରିଷ୍ଠ ପୁଲିସ […]
କୋଲକାରା : ଯାଦବପୁର ବିଶ୍ବବିଦ୍ୟାଳୟର ଜଣେ ଛାତ୍ର ନିକଟରେ ବିଶ୍ବବିଦ୍ୟାଳୟ ହଷ୍ଟେଲ ବାଲକୋନିରୁ ଡେଇଁ ଆତ୍ମହତ୍ୟା କରିଦେଇଥିଲେ। ତେବେ କୋଲକାତା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଉକ୍ତ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିବାପାଇଁ ବାଧ୍ୟ ହୋଇଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କୁ ଯୌନ ଉତ୍ପୀଡ଼ନ ଦିଆଯାଇଛି ଏବଂ ଉଲଗ୍ନ କରି ହଷ୍ଟେଲ୍ କରିଡରରେ ଚଲାଯାଇଛି। ଉକ୍ତ ଛାତ୍ରଙ୍କୁ ଅତି ଭୀଷଣ ଭାବେ ରାଗିଂ କରାଯାଇଥିଲା ଏବଂ ଯୌନ ଉତ୍ପୀଡଡ଼ ଦିଆଯାଇଥିଲା ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ୟୁନିଭର୍ସିଟିର ବରିଷ୍ଠମାନେ ତାଙ୍କୁ ପୁରୁଷ ନୁହେଁ ବୋଲି କହି ବାରମ୍ବାର ଚିଡ଼ାଉଥିଲେ। ଏହି କଥାରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲେ। ଉକ୍ତ ଘଟଣାରେ ୧୨ ଜଣ ଗିରଫ ହୋଇଛନ୍ତି।




