ଆତ୍ମହତ୍ୟା ପୂର୍ବରୁ ପୁରୁଷଙ୍କୁ ସୁରକ୍ଷା ଦେବାକୁ ଟିସିଏସ୍‌ ଇଞ୍ଜିନିୟରଙ୍କ ନିବେଦନ   

ଆଗ୍ରା : ଆଗ୍ରାର ଜଣେ ଇଞ୍ଜିନିୟର ଚଳିତ ସପ୍ତାହରେ ଆତ୍ମହତ୍ୟା କରିଛନ୍ତି ଏବଂ ତାଙ୍କ ଆତ୍ମହତ୍ୟା ପାଇଁ ସେ ନିଜ ପତ୍ନୀଙ୍କୁ ଦାୟୀ କରିଛନ୍ତି । ଆତ୍ମହତ୍ୟାର କିଛି ସମୟ ପୂର୍ବର ଏକ ଭିଡିଓ ରେକର୍ଡିଂ କରି ପତ୍ନୀଙ୍କ ପାଇଁ ସେ ନିଜକୁ ଶେଷ କରିଦେଉଥିବା କହିଛନ୍ତି।। ଟିସିଏସ୍‌ କର୍ମଚାରୀ ମାନବ ଶର୍ମା ଗତ ଫେବ୍ରୁଆରି ୨୪ ତାରିଖରେ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିଲେ। ତାଙ୍କ ଭଉଣୀ ୨ ଦିନ ପରେ ତାଙ୍କ ଫୋନ୍‌ରୁ ଏକ ଭିଡିଓ […]

Samaya Live Picture
Published On

ଆଗ୍ରା : ଆଗ୍ରାର ଜଣେ ଇଞ୍ଜିନିୟର ଚଳିତ ସପ୍ତାହରେ ଆତ୍ମହତ୍ୟା କରିଛନ୍ତି ଏବଂ ତାଙ୍କ ଆତ୍ମହତ୍ୟା ପାଇଁ ସେ ନିଜ ପତ୍ନୀଙ୍କୁ ଦାୟୀ କରିଛନ୍ତି । ଆତ୍ମହତ୍ୟାର କିଛି ସମୟ ପୂର୍ବର ଏକ ଭିଡିଓ ରେକର୍ଡିଂ କରି ପତ୍ନୀଙ୍କ ପାଇଁ ସେ ନିଜକୁ ଶେଷ କରିଦେଉଥିବା କହିଛନ୍ତି।। ଟିସିଏସ୍‌ କର୍ମଚାରୀ ମାନବ ଶର୍ମା ଗତ ଫେବ୍ରୁଆରି ୨୪ ତାରିଖରେ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିଲେ। ତାଙ୍କ ଭଉଣୀ ୨ ଦିନ ପରେ ତାଙ୍କ ଫୋନ୍‌ରୁ ଏକ ଭିଡିଓ ପାଇଥି‌ଲେ। ୭ ମିନିଟ୍‌ର ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ମାନବ ନିଜ ବେକରେ ଫାସ ପକାଇ ତାଙ୍କର ଏଭଳି ଚରମ ପଦକ୍ଷେପ ପାଇଁ ପତ୍ନୀଙ୍କୁ ଦାୟୀ କରିଛନ୍ତି। ପତ୍ନୀଙ୍କର ଅନ୍ୟ ଜଣେ ପୁରୁଷଙ୍କ ସହ ସମ୍ପର୍କ ଥିବାରୁ ସେ ଏଭଳି ଚରମ ପଦକ୍ଷେପ ନେଇଥିବା କହିଛନ୍ତି। ଏହି ଭିଡିଓରେ ମାନବ କହିଛନ୍ତି, ପୁରୁଷଙ୍କୁ ସୁରକ୍ଷା ଦେବାପାଇଁ ଆଇନର ଆବଶ୍ୟକତା ରହିଛି। ପୁରୁଷଙ୍କ ସୁରକ୍ଷା‌ ପାଇଁ ଆଇନ ଆଣିବାକୁ ସେ ନିବେଦନ କରିଛନ୍ତି। ମାନବ କହିଛନ୍ତି, ମୋ ପତ୍ନୀଙ୍କର ଅନ୍ୟ ଜଣଙ୍କ ସହ ସମ୍ପର୍କ ଅଛି। କିନ୍ତୁ ମୁଁ କ’ଣ କରିପାରିବି। ମୁଁ ମରିଗଲେ ମୋର କିଛି ସମସ୍ୟା ନାହିଁ। ମୁଁ ଯିବାକୁ ଚାହେ। କିନ୍ତୁ ଦୟାକରି ପୁରୁଷଙ୍କ ବିଷୟରେ ଚିନ୍ତା କର। ମୁଁ ଦୁଃଖିତ। ଦୟାକରି କେହି ଜଣେ ପୁରୁଷଙ୍କ ପାଇଁ କହିବା ଉଚିତ। ପୂର୍ବରୁ ବି ସେ ଆତ୍ମହତ୍ୟା ଉଦ୍ୟମ କରିଥିବା କହିଛନ୍ତି। ତେବେ ଏହି ଭିଡିଓ ଜାରି ହେବାପରେ ଇଞ୍ଜିନିୟରଙ୍କ ପତ୍ନୀ ନିକିତା ଅନ୍ୟ ଏକ ଭିଡିଓ ଜାରି କରିଛନ୍ତି। ଏଥିରେ ସେ ତାଙ୍କ ସ୍ବ‌ାମୀ ତାଙ୍କୁ ମାରୁଥିବା ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପୁଲିସ ନିକିତାଙ୍କ ବିରୋଧରେ ମାମଲା ରୁଜୁ କରିଛି।

 

Tags: