ଆତିଶୀଙ୍କ ବିରୋଧରେ ବିଜେପିର ମାନହାନି ମାମଲା ରଦ୍ଦ କଲେ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଆଶ୍ବସ୍ତି ମିଳିଛି। ଆତିଶୀଙ୍କ ବିରୋଧରେ ଜଣେ ବିଜେପି ନେତା କରିଥିବା ମାନହାନି ଅଭିଯୋଗକୁ କୋର୍ଟ ରଦ୍ଦ କରିଦେଇଛନ୍ତି। ମାମଲାରେ ଆତିଶୀଙ୍କ ସମନ୍‌କୁ କୋର୍ଟ ରଦ୍ଦ କରିଦେଇ କହିଛନ୍ତି ଯେ ଆପ୍‌ ନେତ୍ରୀଙ୍କ ଟିପ୍ପଣୀ ପୂରା ବିରୋଧୀ ଦଳ ପାଇଁ ଥିଲା। ଏହା କୌଣସି ଜଣେ ନିର୍ଦ୍ଦିଷ୍ଟ ସଦସ୍ୟ କିମ୍ବା ଅନୁଷ୍ଠାନ ପାଇଁ ନଥିଲା। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ଏପ୍ରିଲରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କ୍ୟାବିନେଟ୍‌ରେ ଜଣେ […]

Samaya Live Picture
Published On

ନୂଆଦିଲ୍ଲୀ: ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଆଶ୍ବସ୍ତି ମିଳିଛି। ଆତିଶୀଙ୍କ ବିରୋଧରେ ଜଣେ ବିଜେପି ନେତା କରିଥିବା ମାନହାନି ଅଭିଯୋଗକୁ କୋର୍ଟ ରଦ୍ଦ କରିଦେଇଛନ୍ତି। ମାମଲାରେ ଆତିଶୀଙ୍କ ସମନ୍‌କୁ କୋର୍ଟ ରଦ୍ଦ କରିଦେଇ କହିଛନ୍ତି ଯେ ଆପ୍‌ ନେତ୍ରୀଙ୍କ ଟିପ୍ପଣୀ ପୂରା ବିରୋଧୀ ଦଳ ପାଇଁ ଥିଲା। ଏହା କୌଣସି ଜଣେ ନିର୍ଦ୍ଦିଷ୍ଟ ସଦସ୍ୟ କିମ୍ବା ଅନୁଷ୍ଠାନ ପାଇଁ ନଥିଲା। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ଏପ୍ରିଲରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କ୍ୟାବିନେଟ୍‌ରେ ଜଣେ ମନ୍ତ୍ରୀ ଥିବା ଆତିଶୀ ଅଭିଯୋଗ କରିଥିଲେ ଯେ ତାଙ୍କୁ ଏବଂ ଅନ୍ୟ ନେତାମାନଙ୍କୁ ବିଜେପି ସହ ସମ୍ପୃକ୍ତ ଲୋକ ଯୋଗାଯୋଗ କରିଥିଲେ। ଆତିଶୀ ଦାବି କରିଥିଲେ ଯେ ତାଙ୍କୁ ବିଜେପିରେ ଯୋଗ ଦେବାପାଇଁ ଅଫର୍‌ ଆସିଥିଲା। ଯଦି ସେ ବିଜେପିରେ ଯୋଗ ନଦେବେ ତେବେ ମାସକ ମଧ୍ୟରେ ତାଙ୍କୁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଦ୍ବାରା ଗିରଫ କରିବାପାଇଁ ଧମକ ଦିଆଯାଇଥିବା ସେ ଦାବି କରିଥିଲେ। କିନ୍ତୁ ଆତିଶୀଙ୍କ ଏହି ଟିପ୍ପଣୀକୁ ବିରୋଧ କରି ବିଜେପିର ପ୍ରବୀଣ ଶଙ୍କର କପୁର ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ। ଏହି ମାମଲାରେ ଆତିଶୀଙ୍କୁ କୋର୍ଟରେ ଆଶ୍ବସ୍ତି ମିଳିଛି।

Tags: