ଆତିଶୀଙ୍କୁ ନୋଟିସ୍ କଲେ ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ: ଦିଲ୍ଲୀର କାଲ୍କାଜୀ ନିର୍ବାଚନମଣ୍ଡଳୀରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ନିର୍ବାଚନ ବିଜୟକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ଏକ ଆବେଦନ ଉପରେ ଆଜି କୋର୍ଟ ଆତିଶୀଙ୍କୁ ନୋଟିସ୍ କରିଛନ୍ତି। ଜଷ୍ଟିସ ଜ୍ୟୋତି ସିଂହ ମଧ୍ୟ ନିର୍ବାଚନ କମିସନ, ଦିଲ୍ଲୀ ପୁଲିସ ଏବଂ କାଲ୍କାଜୀ ନିର୍ବାଚନମଣ୍ଡଳୀର ରିଟର୍ଣ୍ଣିଂ ଅଫିସରଙ୍କୁ ନୋଟିସ୍ କରିଛନ୍ତି। ଏହି ନୋଟିସ୍ ଉପରେ ଜବାବ ରଖିବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଜୁଲାଇ ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ରଖିଛନ୍ତି। ଆବେଦନକାରୀ କାଲ୍କାଜୀ […]
ନୂଆଦିଲ୍ଲୀ: ଦିଲ୍ଲୀର କାଲ୍କାଜୀ ନିର୍ବାଚନମଣ୍ଡଳୀରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ନିର୍ବାଚନ ବିଜୟକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ଏକ ଆବେଦନ ଉପରେ ଆଜି କୋର୍ଟ ଆତିଶୀଙ୍କୁ ନୋଟିସ୍ କରିଛନ୍ତି। ଜଷ୍ଟିସ ଜ୍ୟୋତି ସିଂହ ମଧ୍ୟ ନିର୍ବାଚନ କମିସନ, ଦିଲ୍ଲୀ ପୁଲିସ ଏବଂ କାଲ୍କାଜୀ ନିର୍ବାଚନମଣ୍ଡଳୀର ରିଟର୍ଣ୍ଣିଂ ଅଫିସରଙ୍କୁ ନୋଟିସ୍ କରିଛନ୍ତି। ଏହି ନୋଟିସ୍ ଉପରେ ଜବାବ ରଖିବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଜୁଲାଇ ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ରଖିଛନ୍ତି। ଆବେଦନକାରୀ କାଲ୍କାଜୀ ବାସିନ୍ଦା କମଳଜିତ ସିଂହ ଦୁଗ୍ଦଲ ଏବଂ ଆୟୁଷ ରାଣା ଆତିଶୀଙ୍କ ନିର୍ବାଚନ ବିଜୟକୁ ଚ୍ୟାଲେଞ୍ଜ କରିଥିଲେ ଏବଂ ଦାବି କରିଥିଲେ ଯେ ସେ ଦୁର୍ନୀତି ଉପାୟରେ ନିର୍ବାଚନ ଜିତିଛନ୍ତି। ଆତିଶୀଙ୍କ ନିର୍ବାଚନ ବିଜୟକୁ ବେଆଇନ ଘୋଷଣା କରିବାପାଇଁ ସେମାନେ ଦାବି କରିଥିଲେ। ଉଲ୍ଲେଖଯୋଗ୍ୟ, ଆତିଶୀ କାଲ୍କାଜୀ ଆସନରୁ ତାଙ୍କ ବିଜେପି ପ୍ରତିଦ୍ବନ୍ଦ୍ବୀ ରମେଶ ବିଧୁଡ଼ିଙ୍କୁ ୩,୫୨୧ ଆସନରେ ହରାଇଥିଲେ।




