ଆତଙ୍କବାଦ ବିରୋଧୀ ଲଢ଼େଇ ପାଇଁ ୫ଟି ଦେଶକୁ ପ୍ରସ୍ତାବ ଦେଲେ ଏନ୍‌ଏସ୍‌ଏ ଡୋଭଲ

ନୂଆଦିଲ୍ଲୀ: ଆତଙ୍କବାଦ, ଡ୍ରଗ୍ ଚୋରା ଚାଲାଣ ଓ ସାଇବର ଅପରାଧ ବିରୋଧୀ ଲଢ଼େଇରେ ସହାୟତା କରିବା ପାଇଁ ଭାରତ ମଙ୍ଗଳବାର ଦିନ କେନ୍ଦ୍ର ଏସୀୟ ଦେଶଗୁଡ଼ିକୁ ପ୍ରସ୍ତାବ ଦେଇଛି। କାଜାଖସ୍ତାନରେ ଅନୁଷ୍ଠିତ ଭାରତ ଓ ୫ଟି କେନ୍ଦ୍ର ଏସୀୟ ଦେଶ (କାଜାଖସ୍ତାନ, କିରଗିଜ ରିପବ୍ଲିକ୍, ତାଜିକିସ୍ତାନ, ତୁର୍କମେନିସ୍ତାନ ଓ ଉଜବେକିସ୍ତାନ)ର ସୁରକ୍ଷା ଅଧିକାରୀଙ୍କ ବୈଠକରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସଏ) ଅଜିତ ଡୋଭଲ ଏହି ପ୍ରସ୍ତାବ ଦେଇଛନ୍ତି। ଡୋଭଲ କହିଛନ୍ତି, ଏପରି ସମୟରେ ଏହି ବୈଠକ […]

Samaya Live Picture
Published On

ନୂଆଦିଲ୍ଲୀ: ଆତଙ୍କବାଦ, ଡ୍ରଗ୍ ଚୋରା ଚାଲାଣ ଓ ସାଇବର ଅପରାଧ ବିରୋଧୀ ଲଢ଼େଇରେ ସହାୟତା କରିବା ପାଇଁ ଭାରତ ମଙ୍ଗଳବାର ଦିନ କେନ୍ଦ୍ର ଏସୀୟ ଦେଶଗୁଡ଼ିକୁ ପ୍ରସ୍ତାବ ଦେଇଛି। କାଜାଖସ୍ତାନରେ ଅନୁଷ୍ଠିତ ଭାରତ ଓ ୫ଟି କେନ୍ଦ୍ର ଏସୀୟ ଦେଶ (କାଜାଖସ୍ତାନ, କିରଗିଜ ରିପବ୍ଲିକ୍, ତାଜିକିସ୍ତାନ, ତୁର୍କମେନିସ୍ତାନ ଓ ଉଜବେକିସ୍ତାନ)ର ସୁରକ୍ଷା ଅଧିକାରୀଙ୍କ ବୈଠକରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସଏ) ଅଜିତ ଡୋଭଲ ଏହି ପ୍ରସ୍ତାବ ଦେଇଛନ୍ତି। ଡୋଭଲ କହିଛନ୍ତି, ଏପରି ସମୟରେ ଏହି ବୈଠକ ଅନୁଷ୍ଠିତ ହେଉଛି ଯେତେବେଳେ ସାରା ବିଶ୍ବ ଅନେକ ଆହ୍ବାନର ସମ୍ମୁଖୀନ ହେଉଛି । ବିଭିନ୍ନ ମତପାର୍ଥକ୍ୟ ଓ ବିବାଦର ସମାଧାନ ପାଇଁ କଥାବାର୍ତ୍ତା ହେଉଛି ଏକମାତ୍ର ମାଧ୍ୟମ। କେନ୍ଦ୍ର ଏସୀୟ ଦେଶଗୁଡ଼ିକୁ ଭାରତ ସବୁବେଳେ ସହଯୋଗର ହାତ ବଢ଼ାଇ ଆସିଛି ବୋଲି ସେ କହିଛନ୍ତି। ଅନ୍ତର୍ଜାତୀୟ ସୁରକ୍ଷା ପାଇଁ ଆତଙ୍କବାଦ ସବୁଠାରୁ ବଡ଼ ବିପଦ ଏବଂ ଏହାକୁ ସମୂଳେ ନାଶ କରିବା ପାଇଁ ସମସ୍ତେ ଆଗଭର ହେବା ଉଚିତ। ଆତଙ୍କବାଦ ଓ ଡ୍ରଗ୍ ଚୋରା ଚାଲାଣକୁ ରୋକିବା ପାଇଁ ଭାରତ ପୂର୍ଣ୍ଣ ସହଯୋଗ କରିବ ବୋଲି ଡୋଭାଲ କହିଛନ୍ତି।

Tags: