ଆତଙ୍କବାଦୀ ସୁଖଦୁଲ ସିଂହକୁ କାନାଡ଼ାରେ ହତ୍ୟା

ନୂଆଦିଲ୍ଲୀ : କାନାଡ଼ାର ୱିନିପେଗ ସହରରେ ଆତଙ୍କବାଦୀ ସୁଖଦୁଲ ସିଂହକୁ ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡ ପାଇଁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ନିଜକୁ ଦାୟୀ କରିଛି। ଫେସବୁକରେ ଏକ ପୋଷ୍ଟ୍‌ କରି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ଏଥିପାଇଁ ନିଜକୁ ଦାୟୀ କରିଛି। ପୋଷ୍ଟ‌ରେ ଗ୍ୟାଙ୍ଗ୍‌ ପକ୍ଷରୁ କୁହାଯାଇଛି ସୁଖଦୁଲ ସିଂହ ଓରଫ ସୁଖା ଡୁନୁକେ ଗ୍ୟାଙ୍ଗଷ୍ଟର ଗୁରଲାଲ୍‌ ବ୍ରାର୍‌ ଏବଂ ଭିକି ମିଡଖେରା ହତ୍ୟା ଘଟଣାରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି। ସୁଖଦୁଲ ସିଂହ […]

Samaya Live Picture
Published On

ନୂଆଦିଲ୍ଲୀ : କାନାଡ଼ାର ୱିନିପେଗ ସହରରେ ଆତଙ୍କବାଦୀ ସୁଖଦୁଲ ସିଂହକୁ ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡ ପାଇଁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ନିଜକୁ ଦାୟୀ କରିଛି। ଫେସବୁକରେ ଏକ ପୋଷ୍ଟ୍‌ କରି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ଏଥିପାଇଁ ନିଜକୁ ଦାୟୀ କରିଛି। ପୋଷ୍ଟ‌ରେ ଗ୍ୟାଙ୍ଗ୍‌ ପକ୍ଷରୁ କୁହାଯାଇଛି ସୁଖଦୁଲ ସିଂହ ଓରଫ ସୁଖା ଡୁନୁକେ ଗ୍ୟାଙ୍ଗଷ୍ଟର ଗୁରଲାଲ୍‌ ବ୍ରାର୍‌ ଏବଂ ଭିକି ମିଡଖେରା ହତ୍ୟା ଘଟଣାରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି। ସୁଖଦୁଲ ସିଂହ ବିଦେଶରେ ରହୁଥିଲେ ସୁଦ୍ଧା ତା’ ଦ୍ବାରା ଏହି ହତ୍ୟା ଯୋଜନା ହୋଇଥିଲା ବୋଲି ଗ୍ୟାଙ୍ଗ୍‌ ପକ୍ଷରୁ କୁହାଯାଇଛି। ସୁଖଦୁଲ ସିଂହକୁ ଜଣେ ‘ଡ୍ରଗ ଆଡିକ୍ଟ’ କହି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ କହିଛି ସେ ଅନେକ ଲୋକଙ୍କ ଜୀବନ ନଷ୍ଟ କରିଦେଇଛି ଏବଂ ତାକୁ ତା ପାପ ପାଇଁ ଦଣ୍ଡ ମିଳିଛି। ଏହା ସେମାନଙ୍କ ଶତ୍ରୁଙ୍କୁ କଡ଼ା ବାର୍ତ୍ତା ଦେଇଛି। ଗ୍ୟାଙ୍ଗ୍‌ ପକ୍ଷରୁ କୁହାଯାଇଛି ସେମାନେ ଭାରତରେ ରୁହନ୍ତୁ କି ବିଦେଶରେ ରୁହନ୍ତୁ ସେମାନେ ଶାନ୍ତି‌ରେ ରହିପାରିବେନି। ଉଲ୍ଲେଖଯୋଗ୍ୟ ଯେ ଲରେନ୍ସ ବିଷ୍ଣୋଇ ଏବେ ଅହମଦାବାଦ ଜେଲ୍‌ରେ ରହିଛି।

Tags: