ଆତଙ୍କବାଦୀ ସଂଗଠନ ବିଟିଏଫ୍‌କେର ପୂର୍ବତନ ମୁଖ୍ୟ ତନଦୀପର ହତ୍ୟାକାରୀ ଗିରଫ

ଜଳନ୍ଧର: ଆତଙ୍କବାଦୀ ସଂଗଠନ ଭିନ୍ଦରୱାଲା ଟାଇଗର ଫୋର୍ସ ଅଫ୍‌ ଖଲିସ୍ତାନ (ବିଟିକେଏଫ୍‌)ର ପୂର୍ବ ମୁଖ୍ୟ ରତନଦୀପ ସିଂହଙ୍କୁ ସହିଦ ଭଗତସିଂହ ନଗର (ପୂର୍ବ ନୱନ୍‌ସହର) ଜିଲ୍ଲାରେ ୩ ଏପ୍ରିଲ୍‌ରେ ହତ୍ୟା କରାଯାଇଥିଲା। ଏହି ହତ୍ୟା ନିମନ୍ତେ ପାକିସ୍ତାନରୁ ପରିଚାଳିତ ଆତଙ୍କବାଦୀ ସଂଗଠନ ବାବ୍ବର ଖଲସା ଇଣ୍ଟରନ୍ୟାସନାଲ୍‌ ନିଜକୁ ଦାୟି କରିଥିଲା। ଆଜି ଏହି ମାମଲାରେ ଜଳନ୍ଧର ପୁଲିସ ମୁଖ୍ୟହତ୍ୟାକାରୀ ତତା ବାବ୍ବର ଖଲସାର ସଦସ୍ୟ ସିମରନଜିତ୍‌ ବାବଲୁଙ୍କୁ ଗିରଫ କରିଛି। ପଞ୍ଜାବ ପୁଲିସ ମହାନିର୍ଦ୍ଦେଶକ ଗୌରବ ଯାଦବ […]

Samaya Live Picture
Published On

ଜଳନ୍ଧର: ଆତଙ୍କବାଦୀ ସଂଗଠନ ଭିନ୍ଦରୱାଲା ଟାଇଗର ଫୋର୍ସ ଅଫ୍‌ ଖଲିସ୍ତାନ (ବିଟିକେଏଫ୍‌)ର ପୂର୍ବ ମୁଖ୍ୟ ରତନଦୀପ ସିଂହଙ୍କୁ ସହିଦ ଭଗତସିଂହ ନଗର (ପୂର୍ବ ନୱନ୍‌ସହର) ଜିଲ୍ଲାରେ ୩ ଏପ୍ରିଲ୍‌ରେ ହତ୍ୟା କରାଯାଇଥିଲା। ଏହି ହତ୍ୟା ନିମନ୍ତେ ପାକିସ୍ତାନରୁ ପରିଚାଳିତ ଆତଙ୍କବାଦୀ ସଂଗଠନ ବାବ୍ବର ଖଲସା ଇଣ୍ଟରନ୍ୟାସନାଲ୍‌ ନିଜକୁ ଦାୟି କରିଥିଲା। ଆଜି ଏହି ମାମଲାରେ ଜଳନ୍ଧର ପୁଲିସ ମୁଖ୍ୟହତ୍ୟାକାରୀ ତତା ବାବ୍ବର ଖଲସାର ସଦସ୍ୟ ସିମରନଜିତ୍‌ ବାବଲୁଙ୍କୁ ଗିରଫ କରିଛି। ପଞ୍ଜାବ ପୁଲିସ ମହାନିର୍ଦ୍ଦେଶକ ଗୌରବ ଯାଦବ ଏନେଇ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚିତ କରିଛନ୍ତି। ପୋଷ୍ଟରେ କୁହାଯାଇଛି, ଜଳନ୍ଧର ସହର ବାହାରେ ଆତଙ୍କବାଦୀ ନିରୋଧ ଟିମ୍‌ର ଏନ୍‌କାଉଣ୍ଟର ହୋଇଥିଲା। ଏଥିରେ ବିକେଆଇର ସଦସ୍ୟ ତଥା ପୂର୍ବତନ ଆତଙ୍କବାଦୀ ରତନଦୀପ ସିଂହଙ୍କ ହତ୍ୟାର ପ୍ରମୁଖ ହତ୍ୟାକାରୀ ସିମରାନଜିତ୍‌କୁ ଗିରଫ କରାଯାଇଛି। ଏନ୍‌କାଉଣ୍ଟରରେ ସିମରାନ୍‌ର ଗୋଡ଼ର ଆଘାତ ଲାଗିଛି ଓ ତାକୁ ଚିକିତ୍ସା ନିମନ୍ତେ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସିମରାନ୍‌ ନିକଟରୁ ବିପୁଳ ପରିମାଣରେ ଅଫୁଟା ଗୁଳି ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

Tags: