ଆତଙ୍କବାଦୀ ଆକ୍ରମଣ ହୋଇଥିବା ସେନା ଗାଡ଼ିରେ ଇଫତାର ପାଇଁ ଖାଦ୍ୟ ଯାଉଥିଲା

ସହିଦଙ୍କୁ ସମ୍ମାନ ଜଣାଇ ଇଫତାର ପାଳିଲେନି ସଙ୍ଗିୟୋଟ ଗ୍ରାମବାସୀ

Samaya Live Picture
Published On

ନୁଆଦିଲ୍ଲୀ : ପୁଞ୍ଚରେ ଗତ ଗୁରୁବାର ଯେଉଁ ସେନା ଗାଡ଼ି ଉପରକୁ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ସେହି ଗାଡ଼ିରେ ଇଫତାର ପାଇଁ ଫଳ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ନିଆଯାଉଥିଲା। ସଙ୍ଗିୟୋଟ ଗ୍ରାମକୁ ଯବାନମାନେ ଖାଦ୍ୟ ଧରି ଯାଉଥିଲେ। ସେନାର ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟ୍ ଦ୍ବାରା ସେଠାରେ ଇଫତାର ଆୟୋଜନ କରାଯାଇଥିଲା। ସନ୍ଧ୍ୟା ୭ଟାରେ ଇଫତାର ପାର୍ଟି ଆରମ୍ଭ ହୋଇଥାନ୍ତା। ଗାଁ ସାରା ଖୁସିର ମାହୋଲ ଥିଲା। କିନ୍ତୁ ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଯବାନ ସହିଦ ହେବା ସହ ଗାଁରେ ଦୁଃଖ ଖେଳି ଯାଇଥିଲା। ସଙ୍ଗିୟୋଟ ଗାଁରେ ପ୍ରାୟ ୪ ହଜାର ଜନସଂଖ୍ୟା ଅଛନ୍ତି। ସହିଦଙ୍କୁ ସମ୍ମାନ ଜଣାଇ ସେମାନେ ଇଦ ଉତ୍ସବ ପାଳନ କରିନାହାନ୍ତି। କେବଳ ନମାଜ ପାଠ କରିଛନ୍ତି। ଇତି ମଧ୍ୟରେ ଆତଙ୍କବାଦୀ ଆକ୍ରମଣ ମାମଲାରେ ତଦନ୍ତ ଜାରି ରହିଛି । ୧୨ ଜଣଙ୍କୁ ଅଟକ ରଖି ପୁଲିସ ଜେରା କରୁଛି। ଘଟଣା ସ୍ଥଳରେ ଏନଆଇଏ ଟିମ୍ ତଦନ୍ତ କରୁଛନ୍ତି।

Tags: