ଆତଙ୍କବାଦୀଙ୍କୁ ‘ସ୍ବାଧୀନତା ସଂଗ୍ରାମୀ’ ଘୋଷଣା କଲେ ପାକିସ୍ତାନ ବିଦେଶ ମନ୍ତ୍ରୀ
ଆତଙ୍କବାଦୀଙ୍କୁ ‘ସ୍ବାଧୀନତା ସଂଗ୍ରାମୀ’ ଘୋଷଣା କଲେ ପାକିସ୍ତାନ ବିଦେଶ ମନ୍ତ୍ରୀ ଇସଲାମାବାଦ: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିଥିବାବେଳେ ପାକିସ୍ତାନ ବିଦେଶ ମନ୍ତ୍ରୀ ଇଶାକ ଦାର୍ ଆଜି ଏପ୍ରିଲ ୨୨ ଆକ୍ରମଣକାରୀଙ୍କୁ ‘ସ୍ବାଧୀନତା ସଂଗ୍ରାମୀ’ ଘୋଷଣା କରିଛନ୍ତି। ଇସଲାମାବାଦରେ ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ଦାର୍ ଆଜି ଏହି ଟିପ୍ପଣୀ ଦେଇଛନ୍ତି। ପହଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ କୂଟନୈତିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବାବେଳେ ଏହି ପ୍ରସଙ୍ଗରେ ଦାର୍ […]
ଆତଙ୍କବାଦୀଙ୍କୁ ‘ସ୍ବାଧୀନତା ସଂଗ୍ରାମୀ’ ଘୋଷଣା କଲେ ପାକିସ୍ତାନ ବିଦେଶ ମନ୍ତ୍ରୀ
ଇସଲାମାବାଦ: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିଥିବାବେଳେ ପାକିସ୍ତାନ ବିଦେଶ ମନ୍ତ୍ରୀ ଇଶାକ ଦାର୍ ଆଜି ଏପ୍ରିଲ ୨୨ ଆକ୍ରମଣକାରୀଙ୍କୁ ‘ସ୍ବାଧୀନତା ସଂଗ୍ରାମୀ’ ଘୋଷଣା କରିଛନ୍ତି। ଇସଲାମାବାଦରେ ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ଦାର୍ ଆଜି ଏହି ଟିପ୍ପଣୀ ଦେଇଛନ୍ତି। ପହଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ କୂଟନୈତିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବାବେଳେ ଏହି ପ୍ରସଙ୍ଗରେ ଦାର୍ କହିଛନ୍ତି, ଜମ୍ମୁ କାଶ୍ମୀରର ପହଲଗାମରେ ଯେଉଁମାନେ ଆକ୍ରମଣ କରିଛନ୍ତି, ସେମାନଙ୍କୁ ଆମେ ଜାଣିନାହୁଁ କିନ୍ତୁ ସେମାନଙ୍କୁ ସ୍ବାଧୀନତା ସଂଗ୍ରାମୀ ବିବେଚନା କରିବା ଉଚିତ। ଦାର୍ କହିଛନ୍ତି, ଭାରତ ସରକାର ପାକିସ୍ତାନକୁ ପରୋକ୍ଷରେ ଦାୟୀ କରି ନିଜର ଆଭ୍ୟନ୍ତରୀଣ ବିଫଳତାକୁ ଘୋଡ଼ାଇବାକୁ ଚେଷ୍ଟା କରୁଛି।




