ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଭାରତ-ଆମେରିକାର ମିଳିତ ପ୍ରୟାସ

ୱାସିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତ-ଆମେରିକା ଦ୍ବିପାକ୍ଷିକ ସମ୍ପର୍କକୁ ବେଶ୍‌ ସୁଦୃଢ଼ କରିଛନ୍ତି। ଜମ୍ମୁ-କାଶ୍ମୀରରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦର ମୂଳୋତ୍ପାଟନ ପଇଁ ଦୁଇଦେଶ ହାତ ମିଳାଇଛନ୍ତି। ଭାରତକୁ ଟାର୍ଗେଟ କରୁଥିବା ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଅଲ୍‌କାଏଦା, ଆଇଏସ୍‌ଆଇଏସ୍‌, ଲସ୍କର-ଏ-ତୋଇବା, ଜୈଶ-ଏ ମହମ୍ମଦ ଓ ହିଜବୁଲ ମୁଜାହିଦ୍ଦିନକୁ ଦମନ କରିବା ପାଇଁ ଘୋଷଣା କରାଯାଇଛି। ସମସ୍ତ ଜିହାଦୀ ଗୋଷ୍ଠୀ ଜମ୍ମୁ-କାଶ୍ମୀରରେ ଥିବା ସକ୍ରିୟ ଥିବା ଆତଙ୍କବାଦୀ ଗୋଷ୍ଠୀର ସହଯୋଗରେ ସେମାନଙ୍କର କାର୍ଯ୍ୟକଳାପ […]

Samaya Live Picture
Published On

ୱାସିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତ-ଆମେରିକା ଦ୍ବିପାକ୍ଷିକ ସମ୍ପର୍କକୁ ବେଶ୍‌ ସୁଦୃଢ଼ କରିଛନ୍ତି। ଜମ୍ମୁ-କାଶ୍ମୀରରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦର ମୂଳୋତ୍ପାଟନ ପଇଁ ଦୁଇଦେଶ ହାତ ମିଳାଇଛନ୍ତି। ଭାରତକୁ ଟାର୍ଗେଟ କରୁଥିବା ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଅଲ୍‌କାଏଦା, ଆଇଏସ୍‌ଆଇଏସ୍‌, ଲସ୍କର-ଏ-ତୋଇବା, ଜୈଶ-ଏ ମହମ୍ମଦ ଓ ହିଜବୁଲ ମୁଜାହିଦ୍ଦିନକୁ ଦମନ କରିବା ପାଇଁ ଘୋଷଣା କରାଯାଇଛି। ସମସ୍ତ ଜିହାଦୀ ଗୋଷ୍ଠୀ ଜମ୍ମୁ-କାଶ୍ମୀରରେ ଥିବା ସକ୍ରିୟ ଥିବା ଆତଙ୍କବାଦୀ ଗୋଷ୍ଠୀର ସହଯୋଗରେ ସେମାନଙ୍କର କାର୍ଯ୍ୟକଳାପ ଜାରି ରଖିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦରେ ୨୬/୧୧ ଆକ୍ରମଣର ସୂତ୍ରଧର ଲସ୍କର-ଏ-ତୋଇବାର ସାଜିଦ ମିରକୁ ବିଶ୍ବ ଆତଙ୍କବାଦୀ ଘୋଷଣାକୁ ପାକିସ୍ତାନର ମିତ୍ରରାଷ୍ଟ୍ର ଚୀନ୍ ଅଟକାଇ ଦେଇଥିବା ବେଳେ ୨୬/୧୧ ଓ ପଠାନକୋଟ ଆକ୍ରମଣର ଷଡ଼୍‌ଯନ୍ତ୍ରକାରୀଙ୍କୁ ଆଇନର କାଠଗଡ଼ାକୁ ଟାଣିବା ପାଇଁ ବାଇଡେନ-ମୋଦୀ ଆହ୍ବାନ ଦେଇଥିଲେ। ମିର ମୃତ ବୋଲି ପାକିସ୍ତାନ ଘୋଷଣା କରିଥିବା ବେଳେ ସେ ବାସ୍ତବରେ ଜୀବିତ ଅଛି ଓ ପାକିସ୍ତାନ ତାକୁ ସୁରକ୍ଷା ଦେଉଥିବା ଜଣାପଡ଼ିଛି। ଭାରତ, ଆମେରିକା ଓ ଇସ୍ରାଏଲ ତାକୁ ଦଣ୍ଡିତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

Tags: