ଆଡମିସନ ହୋଇପାରିଲାନି, ହସ୍ପିଟା୍ଲ ଗେଟ୍ ନିକଟରେ ପିଲା ଜନ୍ମ କଲେ ମହିଳା

ନୂଆଦିଲ୍ଲୀ : ରାଜସ୍ଥାନ ସରକାର ଆଜି ଏକ ସରକାରୀ ହସ୍ପିଟାଲର ୩ ଜଣ ଡାକ୍ତରଙ୍କୁ ସସପେଣ୍ଡ କରିଛନ୍ତି। ଜଣେ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲରେ ଆଡମିସନ ଅନୁମତି ନମିଳିବାରୁ ସେ ହସ୍ପିଟାଲ ଗେଟ୍ ନିକଟରେ ପିଲା ଜନ୍ମ କଲେ। ଏହି ଖବର ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ରାଜସ୍ଥାନ ସରକାର ଉକ୍ତ ସରକାରୀ ହସ୍ପିଟାଲର ୩ ଜଣ ଡାକ୍ତରଙ୍କୁ ସସପେଣ୍ଡ କରିଛନ୍ତି। ମେଡିକାଲ ଶିକ୍ଷାର ଅତିରିକ୍ତ ମୁଖ୍ୟ ସଚିବ ସୁଭ୍ରା ସିଂହ କହିଛନ୍ତି, ଉକ୍ତ ଘଟଣା ସଂକ୍ରାନ୍ତରେ ଜଣା […]

Samaya Live Picture
Published On

ନୂଆଦିଲ୍ଲୀ : ରାଜସ୍ଥାନ ସରକାର ଆଜି ଏକ ସରକାରୀ ହସ୍ପିଟାଲର ୩ ଜଣ ଡାକ୍ତରଙ୍କୁ ସସପେଣ୍ଡ କରିଛନ୍ତି। ଜଣେ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲରେ ଆଡମିସନ ଅନୁମତି ନମିଳିବାରୁ ସେ ହସ୍ପିଟାଲ ଗେଟ୍ ନିକଟରେ ପିଲା ଜନ୍ମ କଲେ। ଏହି ଖବର ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ରାଜସ୍ଥାନ ସରକାର ଉକ୍ତ ସରକାରୀ ହସ୍ପିଟାଲର ୩ ଜଣ ଡାକ୍ତରଙ୍କୁ ସସପେଣ୍ଡ କରିଛନ୍ତି। ମେଡିକାଲ ଶିକ୍ଷାର ଅତିରିକ୍ତ ମୁଖ୍ୟ ସଚିବ ସୁଭ୍ରା ସିଂହ କହିଛନ୍ତି, ଉକ୍ତ ଘଟଣା ସଂକ୍ରାନ୍ତରେ ଜଣା ପଡ଼ିବାପରେ ବିଭାଗ ପକ୍ଷରୁ ଏକ ତଦନ୍ତ କମିଟି ଗଠନ ହୋଇଛି। କମିଟିର ରିପୋର୍ଟ ଆଧାରରେ କନୱାତିଆ ହସ୍ପିଟାଲର ୩ ଜଣ ଡାକ୍ତର ତଥା କୁସୁମ ସାଇନି, ନେହା ରାଜାୱତ ଏବଂ ମନୋଜଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇଛି। ଦାୟିତ୍ବହିନତା ପାଇଁ ସେମାନଙ୍କୁ ଡ୍ୟୁଟିରୁ ସସପେଣ୍ଡ କରାଯାଇଛି। କନୱାତିଆ ହସ୍ପିଟଶଲ ସୁପରିସେଣ୍ଡେଣ୍ଟ ଡା ରାଜେନ୍ଦ୍ର ସିଂହ ତନୱରଙ୍କୁ ଏକ ସୋ କଜ୍ ନୋଟିସ ଜାରି ହୋଇଛି ବୋଲି ସେ କହିଛନ୍ତି।

Tags: