ଆଜି ହୋଇପାରେ ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ
ମୁମ୍ବାଇ: ଆଜି ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ। ଜୁଲାଇ ୨ ତାରିଖରେ ବରିଷ୍ଠ ଏନ୍ସିପି ପେତା ଅଜିତ ପାୱାର ଏବଂ ଅନ୍ୟ ୮ ଜଣ ବିଧାୟକ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀଭାବେ ଶପଥ ନେଇଥିଲେ। ଆଜି ଏହି ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇପାରେ। ଶାସକ ଶିବସେନା ମୁଖପାତ୍ର ସଂଜୟ ଶିରସତ କହିଛନ୍ତି, ଶୁକ୍ରବାର ଦିନ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଗତକାଲି ଦେବେନ୍ଦ୍ର ଫଡ଼ନାବିସଙ୍କୁ ଭେଟିଛନ୍ତି। ବିଜେପି ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଅଜିତ […]
ମୁମ୍ବାଇ: ଆଜି ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ। ଜୁଲାଇ ୨ ତାରିଖରେ ବରିଷ୍ଠ ଏନ୍ସିପି ପେତା ଅଜିତ ପାୱାର ଏବଂ ଅନ୍ୟ ୮ ଜଣ ବିଧାୟକ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀଭାବେ ଶପଥ ନେଇଥିଲେ। ଆଜି ଏହି ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇପାରେ। ଶାସକ ଶିବସେନା ମୁଖପାତ୍ର ସଂଜୟ ଶିରସତ କହିଛନ୍ତି, ଶୁକ୍ରବାର ଦିନ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଗତକାଲି ଦେବେନ୍ଦ୍ର ଫଡ଼ନାବିସଙ୍କୁ ଭେଟିଛନ୍ତି। ବିଜେପି ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଅଜିତ ପାୱାର ବୁଧବାର ଦିନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଦିଲ୍ଲୀରେ ଭେଟିଥିଲେ। ଶିବସେନା-ବିଜେପି ସରକାରରେ ଯୋଗ ଦେବାପରେ ଅଜିତ ପାୱାର ପ୍ରଥମ ଥର ପାଇଁ ଶାହଙ୍କୁ ଭେଟିଛନ୍ତି।




