ଆଜି ଲୋକସଭା ନିର୍ବାଚନ ହେଲେ ଏନଡିଏ ୩୪୩ ଆସନ ପାଇବ
ନୂଆଦିଲ୍ଲୀ: ଇଣ୍ଡିଆ ଟୁଡେ-ସିଭୋଟର୍ ‘ମୁଡ୍ ଅଫ୍ ଦି ନେସନ୍’ ଜନମତ ସର୍ଭେ ଅନୁଯାୟୀ, ଯଦି ଆଜି ଲୋକସଭା ନିର୍ବାଚନ ହୁଏ ତେବେ ଏନ୍ଡିଏ ପ୍ରଭାବଶାଳୀ ପ୍ରଦର୍ଶନ କରିବ ଏବଂ ୩୪୩ ଆସନରେ ଜିତିବ । ବିଜେପି ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରିପାରିବ ବୋଲି ଏହି ସର୍ଭେରେ ଆକଳନ କରାଯାଇଛି। ୨୦୨୪ ଲୋକସଭା ନିର୍ବାଚନରେ ୨୩୨ଟି ଆସନ ଜିତିଥିବା କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ଯଦି ଆଜି ନିର୍ବାଚନର ସମ୍ମୁଖୀନ ହୁଏ, ତେବେ ତାହା ୧୮୮କୁ ଖସି ଆସିବ […]
ନୂଆଦିଲ୍ଲୀ: ଇଣ୍ଡିଆ ଟୁଡେ-ସିଭୋଟର୍ ‘ମୁଡ୍ ଅଫ୍ ଦି ନେସନ୍’ ଜନମତ ସର୍ଭେ ଅନୁଯାୟୀ, ଯଦି ଆଜି ଲୋକସଭା ନିର୍ବାଚନ ହୁଏ ତେବେ ଏନ୍ଡିଏ ପ୍ରଭାବଶାଳୀ ପ୍ରଦର୍ଶନ କରିବ ଏବଂ ୩୪୩ ଆସନରେ ଜିତିବ । ବିଜେପି ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରିପାରିବ ବୋଲି ଏହି ସର୍ଭେରେ ଆକଳନ କରାଯାଇଛି। ୨୦୨୪ ଲୋକସଭା ନିର୍ବାଚନରେ ୨୩୨ଟି ଆସନ ଜିତିଥିବା କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ଯଦି ଆଜି ନିର୍ବାଚନର ସମ୍ମୁଖୀନ ହୁଏ, ତେବେ ତାହା ୧୮୮କୁ ଖସି ଆସିବ ବୋଲି ସର୍ଭେରୁ ଜଣାପଡିଛି ।ଏହି ସର୍ଭେ ଜାନୁଆରି ୨ରୁ ଫେବ୍ରୁଆରି ୯, ୨୦୨୫ ମଧ୍ୟରେ କରାଯାଇଥିଲା। ଏହି ପ୍ରକ୍ରିୟାରେ ସମସ୍ତ ଲୋକସଭା ନିର୍ବାଚନ ମଣ୍ଡଳୀର ୧୨୫,୧୨୩ ଜଣ ବ୍ୟକ୍ତିଙ୍କ ମତାମତ ସଂଗ୍ରହ କରାଯାଇଥିଲା। ସର୍ବେକ୍ଷଣରେ ନୂତନ ସାକ୍ଷାତକାର ସହିତ ଦୀର୍ଘମିଆଦୀ ଟ୍ରାକିଂ ଡାଟା ଅନ୍ତର୍ଭୁକ୍ତ କରାଯାଇଥିଲା। ଏବେ ନିର୍ବାଚନ ହେଲେ ଏନ୍ଡିଏର ଭୋଟ୍ ପ୍ରତିଶତ ୩% ବୃଦ୍ଧି ପାଇ ୪୭% ପହଞ୍ଚିବ ବୋଲି ଆକଳନ କରାଯାଇଛି। ଏହି ସର୍ଭେରେ ବିଜେପିକୁ ବିପୁଳ ଫାଇଦା ହେବ ବୋଲି ଆକଳନ କରାଯାଇଥିବା ବେଳେ ଏବେ ନିର୍ବାଚନ ହେଲେ ବିଜେପି ଏକାକୀ ୨୮୧ଟି ଆସନ ପାଇବ ବୋଲି କୁହାଯାଇଛି। ୨୦୨୪ ନିର୍ବାଚନରେ ‘୪୦୦ ପାର’ ଡାକରା ଦେଇଥିବା ବିଜେପି ଟାର୍ଗେଟ୍ଠାରୁ ବହୁତ ପଛରେ ପଡ଼ିଯାଇଥିଲା ଏବଂ ବିରୋଧୀଙ୍କ କଡ଼ା ସମାଲୋଚନାର ଶିକାର ହୋଇଥିଲା।




