ଆଜି ରାଷ୍ଟ୍ରପତି ଭାବେ ଶପଥ ନେବେ ଟ୍ରମ୍ପ୍
ୱାସିଂଟନ: ଆମେରିକାରେ ସୋମବାରଠାରୁ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ ଆରମ୍ଭ ହେବ। ଟ୍ରମ୍ପ ସୋମବାର ଦ୍ବିତୀୟ ଥର ଆମେରିକା ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ପ୍ରବଳ ଶୀତ ଲହର ଚାଲିଥିବାରୁ ଉତ୍ସବ ସ୍ଥଳକୁ ପରିବର୍ତ୍ତନ କରାଯାଇଛି ଏବଂ ଟ୍ରମ୍ପ ଖୋଲା ଉତ୍ସବ ବଦଳରେ ଇନଡୋର ଉତ୍ସବରେ ଶପଥଗ୍ରହଣ କରିବେ। ଆମେରିକାର ପ୍ରଧାନ ବିଚାରପତି ଜନ୍ ରବର୍ଟସ ସ୍ଥାନୀୟ ସମୟ ମଧ୍ୟାହ୍ନ ୧୨ଟା (ଭାରତୀୟ ସମୟ ରାତି ୧୦ଟା ୩୦)ରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ଭାବେ […]
ୱାସିଂଟନ: ଆମେରିକାରେ ସୋମବାରଠାରୁ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ ଆରମ୍ଭ ହେବ। ଟ୍ରମ୍ପ ସୋମବାର ଦ୍ବିତୀୟ ଥର ଆମେରିକା ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ପ୍ରବଳ ଶୀତ ଲହର ଚାଲିଥିବାରୁ ଉତ୍ସବ ସ୍ଥଳକୁ ପରିବର୍ତ୍ତନ କରାଯାଇଛି ଏବଂ ଟ୍ରମ୍ପ ଖୋଲା ଉତ୍ସବ ବଦଳରେ ଇନଡୋର ଉତ୍ସବରେ ଶପଥଗ୍ରହଣ କରିବେ। ଆମେରିକାର ପ୍ରଧାନ ବିଚାରପତି ଜନ୍ ରବର୍ଟସ ସ୍ଥାନୀୟ ସମୟ ମଧ୍ୟାହ୍ନ ୧୨ଟା (ଭାରତୀୟ ସମୟ ରାତି ୧୦ଟା ୩୦)ରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ଭାବେ ଶପଥ ପାଠ କରାଇବେ। ଏହି କାର୍ଯ୍ୟକ୍ରମରେ ବିଶ୍ୱର ପ୍ରମୁଖ ନେତା ଓ ବ୍ୟବସାୟୀ ଯୋଗ ଦେବେ। ଭାରତ ପକ୍ଷରୁ ଏହି ଉତ୍ସବରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଯୋଗ ଦେବେ। ଟ୍ରମ୍ପ ଶପଥ ନେବା ପୂର୍ବରୁ ତାଙ୍କର ସମ୍ଭାବ୍ୟ ଭାରତ ଗସ୍ତ ସମ୍ପର୍କରେ ପରାମର୍ଶଦାତାଙ୍କ ସହ ଆଲୋଚନା କରିଛନ୍ତି। ଦାୟିତ୍ୱ ନେବା ପରେ ସେ ଚୀନ୍ ଗସ୍ତ କରିବାକୁ ମଧ୍ୟ ଚାହୁଛନ୍ତି। ଟ୍ରମ୍ପଙ୍କ ଆଗାମୀ ଗସ୍ତ ଚଳିତ ବର୍ଷ ଏପ୍ରିଲ କିମ୍ବା ଚଳିତ ବର୍ଷ ଶେଷ ଭାଗରେ ହେବାର ସମ୍ଭାବନା ରହିଛି। ଏହା ସହିତ ହ୍ଵାଇଟ୍ ହାଉସ୍ ବୈଠକ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଖୁବ୍ଶୀଘ୍ର ଆମେରିକା ନିମନ୍ତ୍ରଣ କରାଯାଇପାରେ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଭାରତ କ୍ୱାଡ୍ ଶିଖର ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି, ଯେଉଁଥିରେ ଜାପାନ, ଭାରତ, ଆମେରିକା ଏବଂ ଅଷ୍ଟ୍ରେଲିଆର ନେତାମାନେ ଗୋଟିଏ ମଞ୍ଚରେ ଏକାଠି ହେବେ। ଟ୍ରମ୍ପଙ୍କ ଏହି ଗସ୍ତ ଚଳିତ ବର୍ଷ ଏପ୍ରିଲ କିମ୍ବା ଚଳିତ ବର୍ଷ ଶେଷ ଭାଗରେ ହେବାର ସମ୍ଭାବନା ରହିଛି।




