ଆଜି ରାଜସ୍ଥାନ ଭୋଟ୍, ଦିନ ୧ଟା ସୁଦ୍ଧା ୪୦.୨୭ ପ୍ରତିଶତ ମତଦାନ
ନୂଆଦିଲ୍ଲୀ : ରାଜସ୍ଥାନରେ ୨୦୦ ବିଧାନସଭା ନିର୍ବାଚନମଣ୍ଡଳୀରୁ ଆଜି ୧୯୯ଟି ନିର୍ବାଚନମଣ୍ଡଳୀରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ନିର୍ବାଚନ ମଇଦାନରେ ମୋଟ୍ ୧୮୬୨ ଜଣ ପ୍ରାର୍ଥୀ ଅଛନ୍ତି। ଅନ୍ୟପକ୍ଷେ ଭୋଟରଙ୍କ ସଂଖ୍ୟା ୫,୨୫,୩୮,୧୦୫। ନିର୍ବାଚନ କମିସନ୍ ଅନୁଯାୟୀ ଦିନ ୧ଟା ସୁଦ୍ଧା ରାଜସ୍ଥାନରେ ୪୦.୨୭ ପ୍ରତିଶତ ମତଦାନ ହୋଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ରାଜ୍ୟ କଂଗ୍ରେସ ମୁଖ୍ୟ ଗୋବିନ୍ଦ ସିଂ ହ ଦୋତସରା, ବିଧାନସଭା ବାଚସ୍ପତି ସିପି ଯୋଶୀ, […]
ନୂଆଦିଲ୍ଲୀ : ରାଜସ୍ଥାନରେ ୨୦୦ ବିଧାନସଭା ନିର୍ବାଚନମଣ୍ଡଳୀରୁ ଆଜି ୧୯୯ଟି ନିର୍ବାଚନମଣ୍ଡଳୀରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ନିର୍ବାଚନ ମଇଦାନରେ ମୋଟ୍ ୧୮୬୨ ଜଣ ପ୍ରାର୍ଥୀ ଅଛନ୍ତି। ଅନ୍ୟପକ୍ଷେ ଭୋଟରଙ୍କ ସଂଖ୍ୟା ୫,୨୫,୩୮,୧୦୫। ନିର୍ବାଚନ କମିସନ୍ ଅନୁଯାୟୀ ଦିନ ୧ଟା ସୁଦ୍ଧା ରାଜସ୍ଥାନରେ ୪୦.୨୭ ପ୍ରତିଶତ ମତଦାନ ହୋଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ରାଜ୍ୟ କଂଗ୍ରେସ ମୁଖ୍ୟ ଗୋବିନ୍ଦ ସିଂ ହ ଦୋତସରା, ବିଧାନସଭା ବାଚସ୍ପତି ସିପି ଯୋଶୀ, ସେହିପରି ଶାନ୍ତି ଧରିୱାଲ, ବିଡି କାଲ୍ଲା, ବନୱର ସିଂହ ଭଟ୍ଟି, ସଲେହ ମହମ୍ମଦ , ମମତା ଭୂପେଶଙ୍କ , ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସମେତ ଆହୁରି ଅନେକ ମନ୍ତ୍ରୀ ନିର୍ବାଚନ ମଇଦାନରେ ଅଛନ୍ତି। ବିଜେପିରେ ବିରୋଧୀ ଦଳ ନେତା ରାଜେନ୍ଦ୍ର ରାଠୋର, ବରୋଧୀ ଦଳ ଉପନେତା ଏବଂ ପୂର୍ବତନ ରାଜ୍ୟ ସଭାପତି ସତୀଶ ପୁନିଆ , ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏବଂ ଅନ୍ୟ ପ୍ରମୁଖ ପ୍ରାର୍ଥୀମାନେ ନିର୍ବାଚନ ଲଢ଼ୁଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି ରାଜସ୍ଥାନର କୋଟାରେ ତାଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି। ବିର୍ଲା କହିଛନ୍ତି, ପ୍ରତ୍ୟେକ ଭୋଟର ନିଜର ମତପ୍ରକାଶ କରିବାପାଇଁ ନିଜର ଭୋଟ୍ ଦେବାର ଅଧିକାର ପାଳନ କରିବା ଉଚିତ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସରଦାରପୁରାରେ ତାଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି। ଆଜି ରାଜସ୍ଥାନର ପାଲିରେ ଜଣେ ବୁଥ୍ କର୍ମଚାରୀଙ୍କ ମୃତ୍ୟୁ ହୋଇଯାଇଛି। ରାଜସ୍ଥାନରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। କଂଗ୍ରେସ ପୁଣିଥରେ କ୍ଷମତାକୁ ଫେରିବାର ଲକ୍ଷ୍ୟ ରଖିଥିବାବେଳେ ରାଜସ୍ଥାନର ନିର୍ବାଚନ ଟ୍ରେଣ୍ଡ୍ ଅନୁଯାୟୀ ବିଜେପି ଚଳିତ ଥର କ୍ଷମତାକୁ ଫେରିବ ବୋଲି ଦୃଢ଼ ବିଶ୍ବାସ ରଖିଛି। ବିଜେପିର ହାଇ ପ୍ରୋଫାଇଲ ନେତାମାନେ ମଧ୍ୟ ରାଜସ୍ଥାନରେ ଜୋରଦାର ପ୍ରଚାର କରିଛନ୍ତି।




