ଆଜି ବାରାଣସୀରେ ପ୍ରାର୍ଥିପତ୍ର ଦାଖଲ କରିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀ ଆସନରେ ପ୍ରାର୍ଥିପତ୍ର ଦାଖଲ କରିବେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସନ୍ଧ୍ୟାରେ ବାରାଣସୀରେ ଏକ ବିଶାଳ ରୋଡ୍ସୋ କରିଥିଲେ। ମୋଦୀ ପ୍ରଥମେ ଶିକ୍ଷାବିତ୍ ଏବଂ ସମାଜ ସଂସ୍କାରକ ମଦନ ମୋହନ ମାଲବ୍ୟଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହାପରେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ରୋଡ୍ସୋ ଆରମ୍ଭ କରି କାଶୀ ବିଶ୍ବନାଥ ଧାମ ନିକଟରେ ରୋଡ୍ସୋ ଶେଷ କରିଥିଲେ। ରାସ୍ତାରେ ୧୦୦ଟି ସ୍ଥାନରେ ମୋଦୀଙ୍କୁ ବିଭିନ୍ନ ସମ୍ପ୍ରଦାୟର […]

Samaya Live Picture
Published On

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀ ଆସନରେ ପ୍ରାର୍ଥିପତ୍ର ଦାଖଲ କରିବେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସନ୍ଧ୍ୟାରେ ବାରାଣସୀରେ ଏକ ବିଶାଳ ରୋଡ୍ସୋ କରିଥିଲେ। ମୋଦୀ ପ୍ରଥମେ ଶିକ୍ଷାବିତ୍ ଏବଂ ସମାଜ ସଂସ୍କାରକ ମଦନ ମୋହନ ମାଲବ୍ୟଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହାପରେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ରୋଡ୍ସୋ ଆରମ୍ଭ କରି କାଶୀ ବିଶ୍ବନାଥ ଧାମ ନିକଟରେ ରୋଡ୍ସୋ ଶେଷ କରିଥିଲେ। ରାସ୍ତାରେ ୧୦୦ଟି ସ୍ଥାନରେ ମୋଦୀଙ୍କୁ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ସ୍ବାଗତ କରିଥିଲେ। ବାରାଣସୀରେ ମୋଦୀ ପହଞ୍ଚିବାପରେ ତାଙ୍କୁ ଢୋଲ ଏବଂ ଡମରୁ ବଜାଇ ଲୋକମାନେ ସ୍ବାଗତ କରିଥିଲେ। ମୋଦୀଙ୍କ ସହ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଥିଲେ। ମୋଦୀ ମଧ୍ୟ ଗଙ୍ଗାରେ ପବିତ୍ର ବୁଡ଼ ପକାଇ ବାବା ବିଶ୍ବନାଥଙ୍କର ଆର୍ଶୀବାଦ ନେବେ ବୋଲି ଜଣାପଡ଼ିଛି। କାଶୀ ବିଶ୍ବନାଥ ଧାମ ଦର୍ଶନ କରିବା ପରେ ମୋଦୀ ବିଏଲଡବ୍ଲ୍ୟୁ ଗେଷ୍ଟହାଉସରେ ରହିଥିଲେ। ଉଲ୍ଲେଖଯୋଗ୍ୟ ଯେ ବାରାଣସୀରେ ମୋଦୀ ଲଗାତାର ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି। ଆସନ୍ତା ଜୁନ୍ ୧ ତାରିଖରେ ଏହି ଆସନରେ ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ ଏବଂ ଜୁନ୍ ୪ ତାରିଖରେ ନିର୍ବାଚନ ଫଳାଫଳ ଆସିବ।

Tags: