ଆଜି ଦିଲ୍ଲୀ ମେୟର ନିର୍ବାଚନ,ଶାନ୍ତିପୂର୍ଣ୍ଣ ଭାବରେ ଚାଲିଛି ମତଦାନ
ନୂଆଦିଲ୍ଲୀ : ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନ ଫଳାଫଳ ଘୋଷଣା ହେବାର ଅଢେଇ ମାସ ପରେ ଆଜି ହେଉଛି ମେୟର ନିର୍ବାଚନ I ମେୟର ପଦ ସହିତ ଡେପୁଟି ମେୟର ଓ ବିଭିନ୍ନ ଷ୍ଟାଣ୍ଡିଂକମିଟି ନିମନ୍ତେ ନିର୍ବାଚନ ହେବ । ସୁପ୍ରିମକୋର୍ଟଙ୍କ ନିର୍ଦେଶ କ୍ରମେ ନିର୍ବାଚନରେ ମନୋନୀତ ସଦସ୍ୟମାନେ ଭୋଟ ଦେଇପାରିବେ ନାହିଁ । ଏମସିଡି ନିର୍ବାଚନକୁ ନେଇ ଦିଲ୍ଳୀ ସହର ଏବେ ଚଳଚଞ୍ଚଳ ହୋଇଛି । ତେଣୁ ସରଗରମ ରହିଛି ଦିଲ୍ଲୀ ରାଜନୀତି । ମେୟର […]
ନୂଆଦିଲ୍ଲୀ : ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନ ଫଳାଫଳ ଘୋଷଣା ହେବାର ଅଢେଇ ମାସ ପରେ ଆଜି ହେଉଛି ମେୟର ନିର୍ବାଚନ I ମେୟର ପଦ ସହିତ ଡେପୁଟି ମେୟର ଓ ବିଭିନ୍ନ ଷ୍ଟାଣ୍ଡିଂକମିଟି ନିମନ୍ତେ ନିର୍ବାଚନ ହେବ । ସୁପ୍ରିମକୋର୍ଟଙ୍କ ନିର୍ଦେଶ କ୍ରମେ ନିର୍ବାଚନରେ ମନୋନୀତ ସଦସ୍ୟମାନେ ଭୋଟ ଦେଇପାରିବେ ନାହିଁ । ଏମସିଡି ନିର୍ବାଚନକୁ ନେଇ ଦିଲ୍ଳୀ ସହର ଏବେ ଚଳଚଞ୍ଚଳ ହୋଇଛି । ତେଣୁ ସରଗରମ ରହିଛି ଦିଲ୍ଲୀ ରାଜନୀତି ।
ମେୟର ନିର୍ବାଚନ ପାଇଁ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଅଧ୍ୟକ୍ଷ ସତ୍ୟ ଶର୍ମା ଚତୁର୍ଥ ଥର ପାଇଁ ଗୃହରେ ବୈଠକ ଡାକିଥିଲେ । ଏହା ପୂର୍ବରୁ ୬ ଜାନୁଆରୀ, ୨୪ ଜାନୁଆରୀ ଏବଂ ୬ ଫେବୃଆରୀରେ ୩ ଟି ବୈଠକ ବିଫଳ ହୋଇଥିଲା I ମେୟର୍ ଭୋଟ୍ ଦାନ ପ୍ରକ୍ରିୟାରେ ମନୋନୀତ ସଦସ୍ୟମାନେ ଅଂଶ ଗ୍ରହଣ କରିପାରିବେ ନାହିଁ ବୋଲି ଶୁକ୍ରବାର ଦିନ ସୁପ୍ରିମ୍ କୋର୍ଟ ରାୟ ଦେବା ପରେ ଆଜି ‘ଦିଲ୍ଲୀ ନଗର ନିଗମ’ ବା ‘ମୁନିସ୍ପାଲ୍ କର୍ପୋରେସନ୍ ଅଫ୍ ଦିଲ୍ଲୀ’ର ମେୟର୍ ନିର୍ବାଚନ ଭୋଟ୍ ଗ୍ରହଣ କରାଯାଉଛି। ମନୋନୀତ ସଦସ୍ୟଙ୍କ ଭୋଟ୍ ଦେବା ଘଟଣାକୁ ନେଇ ‘ଆପ୍’ ଓ ‘ବିଜେପି’ ମଧ୍ୟରେ ବିବାଦ ଚାଲିଥିଲା।
ମେୟର ପଦ ହାତେଇବା ଲାଗି ବିଜେପି ପାଖରେ ଆବଶ୍ୟକ ସଂଖ୍ୟକ କର୍ପୋରେଟର ନଥିଲେ ମଧ୍ୟ ଏଥିପାଇଁ ଆଶାୟୀ ରହିଛି । ୨୫୦ ସଦସ୍ୟ ବିଶିଷ୍ଟ ଦିଲ୍ଲୀ ଏମସିଡିରେ ବିଜେପିର ୧୦୫ ସଦସ୍ୟ ଅଛନ୍ତି । ଆମ ଆଦମୀ ପାର୍ଟି ପାଖରେ ୧୩୫ ସଦସ୍ୟ ରହିଛନ୍ତି । କଂଗ୍ରେସ ପାଖରେ ୯ଜଣ ସଦସ୍ୟ ଅଛନ୍ତି ।
ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟଙ୍କ ରାୟ ପରେ ଅରବିନ୍ଦ କେଜ୍ରିୱାଲ ଏକ ଟ୍ବିଟ୍ କରି କହିଥିଲେ, ଦିଲ୍ଲୀ ଉପରାଜ୍ୟପାଳ ଏବଂ ବିଜେପି କିଭଳି ବେଆଇନ ନିର୍ଦ୍ଦେଶ ଦେଉଛନ୍ତି ତାହା ସୁପ୍ରିମକୋର୍ଟଙ୍କ ରାୟରୁ ପ୍ରମାଣ ହୋଇଗଲା।
ଆଜି ଆଲଡରମ୍ୟାନ୍ କାଉନସିଲରଙ୍କ ଭୂମିକା ସମ୍ପର୍କରେ ସ୍ପଷ୍ଟ ଥିବାରୁ ଦିଲ୍ଲୀ ଜଣେ ନୂତନ ମେୟର ପାଇବ ବୋଲି ବିଶ୍ୱାସ କରାଯାଉଛି। ଏହି ସମୟରେ, ମେୟରଙ୍କ ନିର୍ବାଚନ ଏପର୍ଯ୍ୟନ୍ତ କାହିଁକି ଅନୁଷ୍ଠିତ ହୋଇନାହିଁ ତାହା ଜାଣିବା ମଧ୍ୟ ଜରୁରୀ ଅଟେ?




