ଆଜି କୋଚିରେ ୮ ଗୀର୍ଜା ମୁଖ୍ୟଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

କୋଚି: ଦୁଇଦିନିଆ କେରଳ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ଆଜି କୋଚିରେ ୮ଟି ଗୀର୍ଜାର ମୁଖ୍ୟଙ୍କୁ ଭେଟିବେ।ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସାଇରୋ-ମାଲାବାର୍ ଗୀର୍ଜା ମୁଖ୍ୟ ବିସପ୍ କାର୍ଡିନାଲ୍ ଜର୍ଜ ଏଲେନ୍ଚେରି, ମାଲାଙ୍କାରା ଅର୍ଥୋଡକ୍ସ୍ ଗୀର୍ଜାର ମୁଖ୍ୟ କ୍ୟାଥୋଲିକସ୍ ବେସ୍ଲିଅସ୍ ମାର୍ ଟୋମାସ୍ ମ୍ୟାଥ୍ୟୁ, ତୃତୀୟ, ସାଇରୋ ମାଲାଙ୍କାରା କ୍ୟାଥୋଲିକ୍ ଗୀର୍ଜାର ମୁଖ୍ୟ ଆର୍କବିସପ୍ କାର୍ଡିନାଲ୍ ବେସ୍ଲିଅସ୍ କ୍ଲିମିସ୍ କ୍ୟାଥୋଲିକସ୍, ବେରାପୋଲୀ ଆର୍କବିସପ୍ ଜୋସେଫ୍ କାଲାତିପରମବିଲ୍, ଜାକୋବାଇଟ୍ ଗୀର୍ଜା ମେଟ୍ରୋପଲିଟାନ୍ ଟ୍ରଷ୍ଟି ମାଥ୍ୟୁ ମୂଲାକ୍କାଟ୍ଟ, କନନ୍ୟା ମେଟ୍ରୋପଲିଟାନ୍ […]

Samaya Live Picture
Published On

କୋଚି: ଦୁଇଦିନିଆ କେରଳ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ଆଜି କୋଚିରେ ୮ଟି ଗୀର୍ଜାର ମୁଖ୍ୟଙ୍କୁ ଭେଟିବେ।ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସାଇରୋ-ମାଲାବାର୍ ଗୀର୍ଜା ମୁଖ୍ୟ ବିସପ୍ କାର୍ଡିନାଲ୍ ଜର୍ଜ ଏଲେନ୍ଚେରି, ମାଲାଙ୍କାରା ଅର୍ଥୋଡକ୍ସ୍ ଗୀର୍ଜାର ମୁଖ୍ୟ କ୍ୟାଥୋଲିକସ୍ ବେସ୍ଲିଅସ୍ ମାର୍ ଟୋମାସ୍ ମ୍ୟାଥ୍ୟୁ, ତୃତୀୟ, ସାଇରୋ ମାଲାଙ୍କାରା କ୍ୟାଥୋଲିକ୍ ଗୀର୍ଜାର ମୁଖ୍ୟ ଆର୍କବିସପ୍ କାର୍ଡିନାଲ୍ ବେସ୍ଲିଅସ୍ କ୍ଲିମିସ୍ କ୍ୟାଥୋଲିକସ୍, ବେରାପୋଲୀ ଆର୍କବିସପ୍ ଜୋସେଫ୍ କାଲାତିପରମବିଲ୍, ଜାକୋବାଇଟ୍ ଗୀର୍ଜା ମେଟ୍ରୋପଲିଟାନ୍ ଟ୍ରଷ୍ଟି ମାଥ୍ୟୁ ମୂଲାକ୍କାଟ୍ଟ, କନନ୍ୟା ମେଟ୍ରୋପଲିଟାନ୍ କୁରିଆକୋସ୍ ମୋର୍ ସିଭେରିଅସ୍ ଏବଂ ସାଲ୍ଡିନ୍ ସିରିୟାନ୍ ଗୀର୍ଜା ମୁଖ୍ୟ ମାର୍ ଏୱିଜିନ୍ କୁରିଆକୋସ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଆଲୋଚନା କରିବେ ବୋଲି ଆଶା କରାଯାଉଛି। କିନ୍ତୁ, ଉପରୋକ୍ତ ତାଲିକା ଚୂଡ଼ାନ୍ତ ନୁହେଁ ବୋଲି ବିଜେପି କହିଛି। ଜଣେ ବିଜେପି ନେତା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପାଇଁ ଅନେକ ଗୀର୍ଜା ମୁଖ୍ୟ ଇଚ୍ଛାବ୍ୟକ୍ତ କରିଛନ୍ତି। ଆମେ ସେମାନଙ୍କର ନାମ ତାଲିକା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇ ଦେଇଛୁ। ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିବା ଗୀର୍ଜା ମୁଖ୍ୟମାନେ ଆର୍ଟି-ପିସିଆର୍ପରୀକ୍ଷା କରାଇ ନିଅନ୍ତୁ ବୋଲି ଆମେ ପରାମର୍ଶ ଦେଇଛୁ। କିନ୍ତୁ, ତାଲିକା ଚୂଡ଼ାନ୍ତ କଥା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ନିର୍ଭର କରୁଛି। ଗୀର୍ଜା ମୁଖ୍ୟଙ୍କ ଇଚ୍ଛାନୁଯାୟୀ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଭେଟିବାକୁ ସ୍ଥିର କରିଛନ୍ତି। ତେଣୁ, ସେମାନେ ଉଠାଇବା ପ୍ରସଙ୍ଗ ହିଁ ଏହି ବୈଠକର ମୁଖ୍ୟ ଆଲୋଚ୍ୟ ବିଷୟ ହେବ ବୋଲି ବିଜେପି କହିଛି।

Tags: