ଆଜି କାଶ୍ମୀରରେ ୩ ଥର ଭୂକମ୍ପ
ଶ୍ରୀନଗର : କାଶ୍ମୀରର ଦୋଦା ଏବଂ କଟରା ଅଞ୍ଚଳରେ ଆଜି ୩ ଥର ଭୂକମ୍ପ ହୋଇଛି। କାଶ୍ମୀରରେ ଗତକାଲି ୫.୪ ତୀବ୍ରତାର ଭୂକମ୍ପ ହେବାପରେ ଆଜି ପୁଣି ୩ଥର ଭୂକମ୍ପ ହୋଇଛି। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଭୂକମ୍ପ ଯୋଗୁଁ କାଶ୍ମୀରରେ କେତେକ କୋଠା ଭାଙ୍ଗିଯାଇଛି ଏବଂ ପ୍ରାୟ ୫ ଜଣ ଲୋକ ଆହତ ହୋଇଛନ୍ତି। ଏନ୍ସିଏସ୍ (ନେସନାଲ ସେଣ୍ଟର ଫର୍ ସେସମୋଲୋଜି) ଅନୁଯାୟୀ ପ୍ରଥମ ଭୂକମ୍ପର ତୀବ୍ରତା ୪.୩ ଥିଲା। ଜୁନ୍ ୧୪ […]
ଶ୍ରୀନଗର : କାଶ୍ମୀରର ଦୋଦା ଏବଂ କଟରା ଅଞ୍ଚଳରେ ଆଜି ୩ ଥର ଭୂକମ୍ପ ହୋଇଛି। କାଶ୍ମୀରରେ ଗତକାଲି ୫.୪ ତୀବ୍ରତାର ଭୂକମ୍ପ ହେବାପରେ ଆଜି ପୁଣି ୩ଥର ଭୂକମ୍ପ ହୋଇଛି। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଭୂକମ୍ପ ଯୋଗୁଁ କାଶ୍ମୀରରେ କେତେକ କୋଠା ଭାଙ୍ଗିଯାଇଛି ଏବଂ ପ୍ରାୟ ୫ ଜଣ ଲୋକ ଆହତ ହୋଇଛନ୍ତି। ଏନ୍ସିଏସ୍ (ନେସନାଲ ସେଣ୍ଟର ଫର୍ ସେସମୋଲୋଜି) ଅନୁଯାୟୀ ପ୍ରଥମ ଭୂକମ୍ପର ତୀବ୍ରତା ୪.୩ ଥିଲା। ଜୁନ୍ ୧୪ ଭୋର ୨.୨୦ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଛି। କଟରାଠାରୁ ୮୧ କିମି ଦୂର ଏବଂ ୧୦ କିମି ଗଭୀରତାରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ଦ୍ବିତୀୟ ଭୂକମ୍ପ ଆଜି ସକାଳ ୭.୫୬ ସମୟରେ ହୋଇଥିଲା। ରିଚର ସ୍କେଲ୍ରେ ଭୂକମ୍ପର ତୀବ୍ରତା ୩.୫ ଥିଲା। ସେହିପରି ସକାଳ ୮.୨୯ରେ ତୃତୀୟ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ରିଚର ସ୍କେଲ୍ରେ ଏହାର ତୀବ୍ରତା ୩.୩ ଥିଲା। ଗତକାଲି କାଶ୍ମୀରରେ ହୋଇଥିବା ଭୂକମ୍ପର ପ୍ରଭାବ ଦିଲ୍ଲୀ ଏବଂ ଉତ୍ତର ଭାରତର କିଛି ଅଂଶରେ ଅନୁଭୂତ ହୋଇଥିଲା।




