ଆଜିଠୁ ୧୫ ତମ ବ୍ରିକ୍ସ ସମ୍ମିଳନୀ, ଜୋହାନ୍ସବର୍ଗ ଗସ୍ତରେ ମୋଦୀ

ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀ ଆଜି ଜୋହାନ୍ସବର୍ଗ ଗସ୍ତ କରିଛନ୍ତି। ଜୋହାନ୍ସବର୍ଗରେ ଆଜିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ୧୫ତମ ବ୍ରିକ୍ସ ସମ୍ମିଳନୀ ହେବ। କରୋନା ମହାମାରୀ ପାଇଁ ଲଗାତାର ୩ ବର୍ଷ ଭର୍ଚୁଆଲ ବୈଠକ ହେବାପରେ ଚଳିତଥର ପ୍ରଥମ ଥର ପାଇଁ ଶୀର୍ଷ ନେତାମାନଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ସମ୍ମିଳନୀ ହେବ। ୧୫ତମ ବ୍ରିକ୍ସ ସମ୍ମିଳନୀ ପାଇଁ ଭାରତରୁ ଏକ ବ୍ୟାବସାୟିକ ପ୍ରତିନିଧି ଦଳ ମଧ୍ୟ ଦକ୍ଷିଣ ଆଫ୍ରିକା ଗସ୍ତ କରୁଛନ୍ତି। ଗସ୍ତ […]

Samaya Live Picture
Published On

ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀ ଆଜି ଜୋହାନ୍ସବର୍ଗ ଗସ୍ତ କରିଛନ୍ତି। ଜୋହାନ୍ସବର୍ଗରେ ଆଜିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ୧୫ତମ ବ୍ରିକ୍ସ ସମ୍ମିଳନୀ ହେବ। କରୋନା ମହାମାରୀ ପାଇଁ ଲଗାତାର ୩ ବର୍ଷ ଭର୍ଚୁଆଲ ବୈଠକ ହେବାପରେ ଚଳିତଥର ପ୍ରଥମ ଥର ପାଇଁ ଶୀର୍ଷ ନେତାମାନଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ସମ୍ମିଳନୀ ହେବ। ୧୫ତମ ବ୍ରିକ୍ସ ସମ୍ମିଳନୀ ପାଇଁ ଭାରତରୁ ଏକ ବ୍ୟାବସାୟିକ ପ୍ରତିନିଧି ଦଳ ମଧ୍ୟ ଦକ୍ଷିଣ ଆଫ୍ରିକା ଗସ୍ତ କରୁଛନ୍ତି। ଗସ୍ତ ଅବସରରେ ମୋଦୀ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିପାରନ୍ତି। କିନ୍ତୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ଜୋହାନ୍ସବର୍ଗକୁ ଏହା ମୋଦୀଙ୍କର ତୃତୀୟ ଗସ୍ତ। ‌‌ଜୋହାନ୍ସବର୍ଗ ଗସ୍ତରେ ଯିବା ପୂର୍ବରୁ ମୋଦୀ କହିଛନ୍ତି, ବ୍ରିକ୍ସ ସମ୍ମିଳନୀ ଅବସରରେ ସେ କିଛି ରାଷ୍ଟ୍ରର ନେତାଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ ଏବଂ କିଛି ଅତିଥି ରାଷ୍ଟ୍ର ସହ ବି କଥା ହେବେ। ଜୋହାନ୍ସବର୍ଗ ପରେ ମୋଦୀ ଆସନ୍ତା ଅଗଷ୍ଟ ୨୫ ତାରିଖରେ ଗ୍ରିସ୍‌ ଯିବେ।

Tags: